ଆଇଏଏସ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କଲା ଇଡି

ଆଇଏଏସ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ର ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଶୁକ୍ରବାର ଗିରଫ କରିଛି। ଚାଉଳ ଦୁର୍ନୀତି ମାମଲାରେ ରାଜ୍ୟର ୧୮ଟି ସ୍ଥାନରେ ଚଢଉ ପରେ ସାହୁଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ଇଡି ପକ୍ଷରୁ ଏ ସଂପର୍କରେ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ। ଗିରଫ ପରେ ତାଙ୍କୁ ରାୟପୁର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଶ୍ରୀ ସାହୁଙ୍କ ବ୍ୟତୀତ ଇଡି ଟିମ୍ ରାଜ୍ୟ କଂଗ୍ରେସ ନେତା ରାମଗୋପାଳ ଅଗ୍ରୱାଲଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା। ସର୍ଚ୍ଚ ଅପରେସନ ସମୟରେ ଇଡି ଟିମକୁ ସିଆଇଏସଏଫ ଯବାନମାନେ ସାହାଯ୍ୟ କରୁଛନ୍ତି।
ଶୁକ୍ରବାର ଇଡି ରାୟପୁର ଦେବେନ୍ଦ୍ର ନଗରରେ ଥିବା ଅଗ୍ରୱାଲ ଓ ସାହୁଙ୍କ ଘରେ ଚଢ଼ାଉ କରିଥିଲା। କୋରବା ମ୍ୟୁନିସିପାଲିଟି କମିଶନର ପ୍ରଭାକର ପାଣ୍ଡେଙ୍କ ବାସଭବନରେ ଇଡିର ଆଉ ଏକ ଟିମ୍ ଦେଖିବାକୁ ମିଳିଥିଲା। ଚଢ଼ାଉ ସମୟରେ ସିଆଇଏସଏଫ ଯବାନମାନେ କାହାକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ମୁଖ୍ୟ କବାଟ ତାଲା ପଡ଼ିଥିଲା ଏବଂ ତା’ପରେ ଇଡି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଜୁଲାଇ ୧୮ତାରିଖରେ ସୁପ୍ରିମ୍ କୋର୍ଟ ଇଡିକୁ ୨ହଜାର କୋଟି ଟଙ୍କାର ମଦ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଛତିଶଗଡ଼ରେ ବେଆଇନ କୋଇଲା ସଂଗ୍ରହ ଦୁର୍ନୀତି ରେ ୫୧.୪୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

Share Now:

Kalinga News Beuro

Next Post

କ୍ୟାଣ୍ଟିନ ଖାଦ୍ୟରୁ ମିଳିଲା ମଲା ସାପ : ଖାଦ୍ୟ ଖାଇ ଲୋକେ ହେଲେ ଅସୁସ୍ଥ

Sat Jul 22 , 2023
ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଇସିଆଇଏଲ୍)ର କ୍ୟାଣ୍ଟିନରେ ଏକ ବଡ଼ ଅବହେଳା ଘଟଣା ସାମ୍ନାକୁ ଆସିଛି। ଏହି କମ୍ପାନିର କ୍ୟାଣ୍ଟିନରେ ପରିବେଷଣ କରାଯାଉଥିବା ସାମ୍ଭରରେ ଏକ ମଲା ସାପ ବାହାରିଥିବା ସୂଚନା ମିଳିଛି। ତେବେ ସେତେବେଳକୁ କମ୍ପାନିର ଅନେକ କର୍ମଚାରୀ ସାମ୍ଭର ଖାଇ ସାରିଥିଲେ। ଏହି ସାମ୍ଭର ଖାଇବା ପରେ କିଛି କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି, ଯେଉଁମାନଙ୍କୁ ଇସିଆଇଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମ୍ଭରରେ ସାପ […]
କ୍ୟାଣ୍ଟିନ ଖାଦ୍ୟରୁ ମିଳିଲା ମଲା ସାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial