ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

ଭିଜିଲାନ୍ସର ଏହି ଚଢ଼ଉ

ବାଲେଶ୍ୱର: ଖନ୍ତାପଡ଼ା ଥାନାରେ ବୁଧବାର ଅପରାହ୍ନରେ ଭିଜିଲାନ୍ସର ଏହି ଚଢ଼ଉ ହୋଇଛି। ଏହି ଥାନାରେ ଏକ ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଏସ୍‌ଆଇ ଓ ହୋମଗାର୍ଡ। ଭିଜିଲାନ୍‌ସ ହାତରେ ପୁଲିସ ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ଧରାପଡ଼ିଛନ୍ତି।
ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ପୁଲିସ ଗତ କିଛି ଦିନ ତଳେ ଏକ ପଥର ଗାଡି ଧରିବା ସହିତ ଗାଡି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗାଡିର ମାଲିକ ହେଉଛନ୍ତି ରେମୁଣା ବ୍ଲକ ମେଣ୍ଡରା ଅଞ୍ଚଳର। ସେ ଗାଡ଼ି ନେବା ପାଇଁ କୋର୍ଟର ଆଦେଶ ଆଣିଥିଲେ। କିନ୍ତୁ ଥାନାର ଏଏସଆଇ ରତିକାନ୍ତ ଦାସ ୨୦ ହଜାର ଟଙ୍କା ଦେଲେ ଗାଡି ଛଡ଼ାଯିବ ବୋଲି କହିଥିଲେ। ତେଣୁ ଗାଡ଼ିର ମାଲିକ ଟଙ୍କା ନଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସର କହିବା ମୁତାବକ ସେ ୨୦ହଜାର ଟଙ୍କା ରତିକାନ୍ତଙ୍କୁ ଦେଉଥିବା ବେଳେ ସେ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ଦେବାକୁ କହିଥିଲେ। ତେଣୁ ଭିଜିଲାନ୍ସ ଖନ୍ତାପଡ଼ା ଥାନାରେ ପହଞ୍ଚି ଚଢ଼ଉ କରିବା ପରେ ଟଙ୍କା ସହିତ ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ନିଜ ହେପାଜତକୁ ନେଇଛନ୍ତି।

Share Now:

Kalinga News Beuro

Next Post

ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ : ୩ଜଣ ଦୋଷମୁକ୍ତ

Thu Mar 2 , 2023
ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ଏକ ‘ଏସ୍‌ସି/ଏସ୍‌ଟି’ ଅଦାଲତ ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୪ ଅଭିଯୁକ୍ତ ହେଲେ ୨୦ ବର୍ଷିୟ ସନ୍ଦୀପ, ୩୫ ବର୍ଷିୟ ରବି, ୨୩ ବର୍ଷିୟ ଲବକୁଶ ଏବଂ ୨୬ ବର୍ଷିୟ ରାମୁଙ୍କ ମଧ୍ୟରୁ ଅଦାଲତ ସନ୍ଦୀପଙ୍କୁ ଏହି ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍’ର […]
ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial