ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ପୁଲିସ ଥାନା ଅଧୀନରେ ଥିବା ମହାବିରୋଡ ଫାଣ୍ଡି ଅଧିକାରୀ ଏସଆଇ ସମରେନ୍ଦ୍ର ସାମଲଙ୍କ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି। ଢେଙ୍କାନାଳ ଜିଲ୍ଲାର ୭ ଟି ସ୍ଥାନରେ ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ୮ଟି ଭିଜିଲାନ୍ସ ଟିମ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରୁଛି। ଢେଙ୍କାନାଳର ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଦେଶ ବଳରେ ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ଢେଙ୍କାନାଳ ସହରରେ ୨ଟି ଦୁଇମହଲା କୋଠା, ଗଁଦିଆ ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍, ପ୍ରାୟ ୩୦୦ ଗ୍ରାମ୍ ସୁନା ଏବଂ ନଗଦ ଏକ ଲକ୍ଷ ଟଙ୍କାର ଏପର୍ଯ୍ୟନ୍ତ ସନ୍ଧାନ କରାଯାଇଛି। ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ସଂପତ୍ତିର ଆକଳନ ଚାଲିଛି। ଏନେଇ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

Tue Nov 2 , 2021
ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ। ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ରାଜସ୍ଥାନର ରାଜଧାନୀ ଗୋଲାପି ସହର ଜୟପୁରକୁ ଯାତ୍ରା କରିପାରିବେ। ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ। ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା […]
ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ବିମାନ ସେବା ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial