ଭୁବନେଶ୍ବର: କମିସନରେଟ ପୁଲିସ୍ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କୁ ମାସିକ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା। ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତି ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା। ରାଜାଙ୍କୁ କ୍ୟାପିଟାଲ ଥାନାରେ ପୁଲିସ୍ ଜେରା କରୁଥିବା ଜଣାଯାଇଛି।
Sat Oct 17 , 2020
ତିରୁବନନ୍ତପୁରମ୍: କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ସାତ ମାସ ବନ୍ଦ ରହିବା ପରେ ‘ପାଞ୍ଚଦିନିଆ ମାସିକ ପୂଜା’ ଲାଗି ଶନିବାର ଦିନ କେରଳର ସାବରିମାଲା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପାହାଡ଼ ଉପରେ ଥିବା ଏହି ଧର୍ମସ୍ଥଳୀ ଦର୍ଶନ ପାଇଁ ଇଚ୍ଛୁକ ଭକ୍ତମାନଙ୍କୁ ଫେସ୍ ମାସ୍କ୍ ପିନ୍ଧିବା ସହ ସାଥୀରେ କୋଭିଡ୍-୧୯ ନେଗେଟିଭ୍ ପ୍ରମାଣପତ୍ର ନେବାକୁ ପଡ଼ିବ। ଦୈନିକ ମନ୍ଦିର ଭିତରକୁ ମାତ୍ର ୨୫୦ ଜଣ ବ୍ୟକ୍ତିଙ୍କୁ ଛଡ଼ାଯିବ। ଏହାଛଡ଼ା, […]