ସେଲଫି ନିଶା ପାଇଁ ଚାଲିଗଲା ପରିବାରର ୫ଜଣଙ୍କ ଜୀବନ

ସେଲଫି ନିଶା ପାଇଁ ଚାଲିଗଲା ୫ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଜୟାଦଶମୀ ଅବସରରେ ଚାରିଆଡେ ଉତ୍ସବମୁଖର ଥିବା ବେଳେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖ ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣା ସେଲଫି ନେବା ହେତୁ ଘଟିଥିବା ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ପଥଚାରୀ କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଝାଡ଼ଖଣ୍ଡର ଦେବଘର ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ କାର ଦୁର୍ଘଟଣାଗସ୍ତ ହୋଇ ପୋଲରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ତେବେ କୁହାଯାଉଛି କି ପେଷାରେ ଇଞ୍ଜିନିୟର ଥିବା ଜଣେ ବ୍ୟକ୍ତି ସେଲଫି ନେବା ପାଇଁ ଗାଡ଼ି ଚଲାଇବାକୁ ଚାଳକଙ୍କୁ କହିଥିଲେ। ଚାଳକ ଏହାପରେ ସିଟରୁ ଉଠି ଇଞ୍ଜିନିୟରଙ୍କୁ ଗାଡ଼ି ଚଲାଇବାକୁ ଛାଡ଼ି ପାଖ ସିଟରେ ବସିଥିଲେ।
ତେବେ ଇଞ୍ଜିନିୟର ଗାଡ଼ି ଚଲାଉଥିବା ବେ‌ଳେ ଭାରସାମ୍ୟ ହରାଇ ଦେଇଥିଲେ। ଫଳରେ ଗାଡ଼ି ଦୁର୍ଘଟଣାଗସ୍ତ ହୋଇ ପୋଲ ଉପରୁ ତଳକୁ ପଡ଼ି ଯାଇଥିଲା। ପୋଲ ତଳେ ପାଣିଥିବାରୁ ଗାଡ଼ିରେ ପାଣି ପଶି ଯାଇଥିଲା। ଫଳରେ ଇଞ୍ଜିନିୟରଙ୍କ ସମେତ ୫ଜଣ ପରିବାର ସଦସ୍ୟଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ସୌଭାଗ୍ୟବଶତଃ ଚାଳକଙ୍କ ଏହି ଦୁର୍ଘଟଣାରେ ଜୀବନ ବଞ୍ଚିଯାଇଥିଲା। ପୁଲିସ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଗାଡ଼ି ଭିତରୁ ଚାଳକଙ୍କୁ ଗୁରୁତର ଅବସ୍ଥାରେ ବାହାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

Share Now:

Kalinga News Beuro

Next Post

ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଭଗବାନ ରାମଙ୍କ ବିଗ୍ରହ : ମୋହନ ଭାଗବତ

Tue Oct 24 , 2023
ନୂଆଦିଲ୍ଲୀ: ଜାନୁଆରି ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବିଗ୍ରହ (ମୂର୍ତ୍ତି) ସ୍ଥାପନ କରାଯିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି। ନାଗପୁରରେ ଆରଏସଏସ୍ ଦଶହରା ରାଲିକୁ ସମ୍ବୋଧିତ କରି ଭାଗବତ ଏହି ଅବସରରେ ଦେଶର ବିଭିନ୍ନ ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲୋକଙ୍କୁ କହିଛନ୍ତି। ଆସନ୍ତା ବର୍ଷ ଜାନୁଆରିରେ ଏହା ଉଦ୍‌ଘାଟନ ହେବାକୁ ସମୟ ନିର୍ଦ୍ଧାରିତ ହୋଇଛି। ତେଣୁ ସମୟସୀମା ପୂର୍ବରୁ କାର୍ଯ୍ୟ […]
ପ୍ରତିଷ୍ଠା ହେବ ଭଗବାନ ରାମଙ୍କ ବିଗ୍ରହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial