ପୂର୍ବ ଶତ୍ରୁତାକୁ ନେଇ ଏସିଡ୍‌ ଆକ୍ରମଣ : ଦୁଇ ଯୁବକ ଆହତ

ଏସିଡ୍‌ ଆକ୍ରମଣ

କଟକ: କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଏସିଡ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସାମାନ୍ୟ ବଚସାରୁ ଏହି ଘଟଣା ଘଟିଥିବା ସୂଚନା। ଏହି ଘଟଣାରେ ବାଲୁବଜାର ଅଞ୍ଚଳର ସତ୍ୟବାନ୍ ସାହୁ (୧୯) ଓ ତାଙ୍କର ସହଯୋଗୀ ଆହତ ହୋଇ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଚାନ୍ଦିନୀଚୌକ ଅଞ୍ଚଳରେ ଦିନ ଦ୍ୱିପହରରେ ଏସିଡ ମାଡ କଲା ଦୁର୍ବୃତ୍ତ। ଏହି ଆକ୍ରମଣରେ ସତ୍ୟବାନ ସାହୁ ନାମକ ଜଣେ ଯୁବକ ଗୁରୁତର ହେବା ସହ ତାଙ୍କ ବନ୍ଧୁ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ଏପରି ଥିଲାକି ଚାନ୍ଦିନୀଚୌକ ଅଞ୍ଚଳର ନବୀନା (୪୦) ଦୀର୍ଘଦିନ ହେବ ସତ୍ୟବାନକୁ ହଇରାଣ ହରକତ କରିବା ସହ ଫୋନରେ ମଧ୍ୟ ଗାଳି ଗୁଲଜ କରନ୍ତି। କିନ୍ତୁ ଆଜି ସକାଳେ ନବିନା ସତ୍ୟବାନଙ୍କ ଭଉଣୀକୁ କଲ କରି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ ଯାହାର ପ୍ରତିବାଦ କରି ସତ୍ୟବାନ ନବୀନାଙ୍କୁ ଏ ସମ୍ପର୍କରେ ପଚାରିଥିଲେ କିନ୍ତୁ ନବୀନା ଉତକ୍ଷିପ୍ତ ହୋଇ ହଠାତ୍ ସତ୍ୟବାନ ଓ ତାଙ୍କ ସାଙ୍ଗ ସୌମ୍ୟଙ୍କ ଉପରକୁ ଏସିଡ ମାଡ କରିଥିଲେ। ଘଟଣା ସ୍ଥଳରୁ ହିନ୍ଦୁସେନା ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ସିଟି ହସ୍ପିଟାଲ ନେଇଥିଲେ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି।

Share Now:

Kalinga News Beuro

Next Post

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଳଟ ବୁକିଙ୍ଗ : ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା

Sat Oct 8 , 2022
କଟକ: ଐତିହାସିକ ବାଲିଯାତ୍ରା ପାଖେଇ ଆସୁଛି। ଏଥିପାଇଁ ପ୍ଳଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ଲଟର ଦର ବଢ଼ିଛି। ଗ୍ରାହକଙ୍କୁ ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ୨୦୧୯ ବାଲିଯାତ୍ରା ସମୟରେ ରେଜିଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ। ପ୍ରଥମେ […]
ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଳଟ ବୁକିଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial