ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ

ଭୁବନେଶ୍ୱର: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱର ଓ ଗଞ୍ଜାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ଚଢ଼ଉ ଚାଲିଥିଲା। ଚଢ଼ଉ ବେଳେ ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ୪,୮୦୦ ବର୍ଗଫୁଟରେ ନିର୍ମିତ ୩ମହଲା ଆବାସିକ କୋଠା, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ମହଲା କୋଠା, ଲକ୍ଷ୍ମୀସାଗର ନୀଳାଚଳ ସିଟିରେ ଆପାର୍ଟମେଣ୍ଟ, ବ୍ରହ୍ମପୁର ନୀଳାଚଳ ହାଇଟସରେ ଆପାର୍ଟମେଣ୍ଟ ଆଦି ଠାବ କରାଯାଇଛି। ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ୱର ଓ ବ୍ରହ୍ମପୁରର ପ୍ରମୁଖ ଅଞ୍ଚଳରେ ୫ଟି ପ୍ଲଟ୍ ମଧ୍ୟ ଠାବ ହୋଇଛି। ଏହାର ପ୍ରକୃତ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।
ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଆକାଉଣ୍ଟ୍ ଓ ଇନ୍ସ୍ୟୁରାନ୍ସ ଜମାକୁ ଠାବ କରାଯାଇଛି। ସେଥିରେ ଦେଢ଼କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ଘରୁ ନଗଦ ୧ଲକ୍ଷ ୨୧ହଜାର ଟଙ୍କା, ୫୩୬ ଗ୍ରାମ୍ର ସୁନା ଗହଣା, ୨୦.୫ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ୪ ଚକିଆ ଯାନ ଓ ୨ଟି ବାଇକ୍ ଠାବ ହୋଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଆହୁରି ଢେର୍ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ୮ଜଣ ଡିଏସ୍ପିଙ୍କ ନେତୃତ୍ୱରେ ୫ଜଣ ଆଇଆଇସି ଓ ଅନ୍ୟ କର୍ମଚାରୀମାନେ ୭ଟି ସ୍ଥାନରେ ଏହି ଚଢ଼ଉ କରିଥିଲେ।

Share Now:

Kalinga News Beuro

Next Post

୨୦୨୪ ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି

Fri Dec 22 , 2023
ନୂଆଦିଲ୍ଲୀ: ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ ମଧ୍ୟ ଜାନୁଆରିରେ ସେ ଦିଲ୍ଲୀ ଆସି ପାରିବେ ନାହିଁ ବୋଲି ଜଣାଇଥିଲେ। ତେବେ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial