ନାତୁଣୀକୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧାହେଲା ସମ୍ପର୍କୀୟ ଜେଜେ

ବାଲିଅନ୍ତା: ପଡ଼ୋଶୀ ପୁଣି ସମ୍ପର୍କରେ ଜେଜେ। ତେଣୁ ସ୍ବାଭାବିକ ଭାବେ ଜେଜେ-ନାତୁଣୀ ଭିତରେ ଥଟାମଜା ହେଉଥିଲା। କିନ୍ତୁ ଏହି ଥଟାମଜାକୁ ମଉକା ଭାବେ ନେଇ ଜେଜେ ନାବାଳିକା ନାତୁଣୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କଲେ। ସୌଭାଗ୍ୟକୁ ନାବାଳିକାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଠିକଣା ସମୟରେ ପହଞ୍ଚିଗଲେ। ଲୋକେ ଜେଜେକୁ ବହେ ଛେଚିବା ପରେ ପୁଲିସ ଜିମା ଦେଲେ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲିଅନ୍ତା ଥାନା ଅଞ୍ଚଳରେ। ଆଜି ପୁଲିସ ଅଭିଯୁକ୍ତକୁ ମାମଲା ସଂଖ୍ୟା- ୪୧୩/ ୨୩ରେ କୋର୍ଟ ଚାଲାଣ କରିଛି ଏବଂ ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ପୁଲିସ ସୂଚନାନୁସାରେ ଅଭିଯୁକ୍ତ ଅଜୟର ବୟସ ୪୮ ଏବଂ ସେ ବିବାହିତ। ପୁଣି ତା’ର ୧୮ ବର୍ଷ ବୟସର ପୁଅଟିଏ ବି ଅଛି। କିନ୍ତୁ ସେ ପଡ଼ୋଶୀ ଘରର ନାବାଳିକାଙ୍କ ଉପରେ ଲୋଲୁପଦୃଷ୍ଟି ରଖିଥିଲା। ଜେଜେ ନାତୁଣୀ ସମ୍ପର୍କ ପାଇଁ ସେମାନେ ଥଟାମଜା ହେଉଥିଲେ। ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକାର ଥଟା ଜେଜେ ଅଜୟ ମନରେ ଆହୁରି ବିଷ ଭରିଦେଇଥିଲା। ଗତକାଲି ସନ୍ଧ୍ୟାରେ ନାବାଳିକା ତାଙ୍କ ଘରେ ଏକୁଟିଆ ଥିଲେ। ମଉକା ଅପେକ୍ଷାରେ ଥିବା ଅଜୟ ଥଟାମଜା କରିବା ବାହାନାରେ ନାବାଳିକାଙ୍କୁ ଘରୁ ବାଡ଼ିପଟକୁ ଟେକିନେଇ ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରିବାକୁ ବସିଥିଲା। ଅଜୟ ନାବାଳିକାଙ୍କ ମୁହଁକୁ ଚାପି ଧରିଥିଲେ ବି ନାବାଳିକା ସବୁ ବଳ ଖଟାଇ ମୁହଁରୁ ତା’ ହାତକୁ ବାହାର କରି ଚିତ୍କାର କରିଥିଲେ। ପାଟି ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁଥିଲେ। ଅଜୟ ଖସିଯିବା ପୂର୍ବରୁ ଲୋକେ ତାକୁ କାବୁ କରି ନିର୍ଧୁମ୍‌ ଛେଚିଥିଲେ।

Share Now:

Kalinga News Beuro

Next Post

ବାଣୀବିହାର ଓଭରବ୍ରିଜରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

Wed Nov 29 , 2023
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଜଧାନୀର ବାଣୀବିହାର ଓଭରବ୍ରିଜରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପାଖରେ ପଡ଼ି ରହ଼ିଛି ମୋବାଇଲ ଯାହାକି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଦୁର୍ଘଟଣାଗସ୍ତ ହୋଇଥିବା ସ୍କୁଟିଟି ପ୍ରଦତ୍ତ କୁମାର ଦାସଙ୍କ ନାଁରେ ରହିଛି। ମୃତକ ତାଙ୍କର ପୁଅ ବୋଲି ଜଣାଯାଇଛି। ସେ ଓୟୁଏଟିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial