ବାଣୀବିହାର ଓଭରବ୍ରିଜରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଜଧାନୀର ବାଣୀବିହାର ଓଭରବ୍ରିଜରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପାଖରେ ପଡ଼ି ରହ଼ିଛି ମୋବାଇଲ ଯାହାକି ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଦୁର୍ଘଟଣାଗସ୍ତ ହୋଇଥିବା ସ୍କୁଟିଟି ପ୍ରଦତ୍ତ କୁମାର ଦାସଙ୍କ ନାଁରେ ରହିଛି। ମୃତକ ତାଙ୍କର ପୁଅ ବୋଲି ଜଣାଯାଇଛି। ସେ ଓୟୁଏଟିରେ ପଢ଼ୁଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣା ପରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ସମୁଦ୍ରରେ ଖସିପଡ଼ିଲା ଆମେରିକା ସେନା ବିମାନ

Wed Nov 29 , 2023
ଟୋକିଓ: ୮ଜଣ ଆରୋହୀ ଥିବା ଆମେରିକା ସେନା ବାହିନୀର ଗୋଟାଏ ‘ଅସ୍‌ପ୍ରି’ ବିମାନ ଆଜି ଜାପାନର ୟାକୁଶିମା ଦ୍ବୀପ ନିକଟ ସମୁଦ୍ରରେ ଖସିପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି। ଜାପାନ ତଟରକ୍ଷୀ ତରଫରୁ ଜଣେ ମୁଖପାତ୍ର କହିଛନ୍ତି ଯେ, ବିମାନରେ ଥିବା ଉକ୍ତ ବ୍ୟକ୍ତିମାନଙ୍କ ଅବସ୍ଥା ଏବଂ ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ କିଛି ତଥ୍ୟ ମିଳିନାହିଁ। କାଜୁଓ ଓଗାୱା ନାମରେ ସେ ତଟରକ୍ଷୀ ମୁଖପାତ୍ର କହିଛନ୍ତି, ‘ଅସ୍‌ପ୍ରି’ ବୋଲି କୁହାଯାଉଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial