ବିଜୁ ଶ୍ରମିକ ସାମୁଖ୍ୟର ମଙ୍ଗ ଧରିଲେ ନବକିଶୋର

ବିଜୁ ଶ୍ରମିକ ସାମୁଖ୍ୟର ମଙ୍ଗ ଧରିଲେ ନବକିଶୋର

ଭୁବନେଶ୍ୱର : ବିଜୁ ଶ୍ରମିକ ସାମୁଖ୍ୟର ମଙ୍ଗ ଧରିଲେ ନବକିଶୋର ମହାନ୍ତି। ବିଜୁ ଶ୍ରମିକ ସାମୁଖ୍ୟରପ୍ରଥମ ବୈଠକ ଇତିମଧ୍ୟରେ ସାମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା କଟକ ମେୟର ସୁବାସ ସିଂ ଯୋଗଦେଇ ସାମୁଖ୍ୟର ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବହୁବିଧ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ଜେନା ପ୍ରମୁଖ ଯୋଗଦେଇ ଶ୍ରମିକ ଭାଇ ମାନଙ୍କପାଇଁ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଶେଷରେ ଭୁବନେଶ୍ୱର ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ଭାବେ ସର୍ବସମ୍ମତି କ୍ରମେ ବରିଷ୍ଠ ନେତା ନବକିଶୋର ମହାନ୍ତି ନିର୍ବାଚିତ ହୋଇଥିଲେ।

Share Now:

Kalinga News Beuro

Next Post

୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆଙ୍କ ଆତ୍ମସମର୍ପଣ

Mon Aug 22 , 2022
ମାଲକାନଗିରି: ମାଓବାଦୀଙ୍କ ଚିନ୍ତାଧାରାଠାରୁ ନିଜକୁ ମୁକ୍ତ ରଖିଲେ ମାଲକାନଗିରି ଜିଲ୍ଲାର ବଡାପଡା ଥାନା ଅନ୍ତର୍ଗତ ରାଳେଗାଡ଼ା ଓ ଧୂଳିପୁଟ ପଞ୍ଚାୟତବାସୀ। ସ୍ୱାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତ। ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ। ଏହି ଅଞ୍ଚଳରେ ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା ଯାହା ଫଳରେ ଅଞ୍ଚଳରେ […]
୧୫୦ରୁ ଉର୍ଦ୍ଧ୍ବ ମାଓବାଦୀଙ୍କ ଆତ୍ମସମର୍ପଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial