୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆଙ୍କ ଆତ୍ମସମର୍ପଣ

୧୫୦ରୁ ଉର୍ଦ୍ଧ୍ବ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଓବାଦୀଙ୍କ ଚିନ୍ତାଧାରାଠାରୁ ନିଜକୁ ମୁକ୍ତ ରଖିଲେ ମାଲକାନଗିରି ଜିଲ୍ଲାର ବଡାପଡା ଥାନା ଅନ୍ତର୍ଗତ ରାଳେଗାଡ଼ା ଓ ଧୂଳିପୁଟ ପଞ୍ଚାୟତବାସୀ। ସ୍ୱାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତ। ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ। ଏହି ଅଞ୍ଚଳରେ ବିଏସଏଫ୍ କ୍ୟାମ୍ପ ସ୍ଥାପନ ପରେ ମାଓବାଦୀଙ୍କ ଗଡ ଭୁଶୁଡି ପଡିଲା ଯାହା ଫଳରେ ଅଞ୍ଚଳରେ ହଉଥିବା ବିକାଶକୁ ଦେଖି ଆଜି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।
ଆଜି ଗୁରୁପ୍ରିୟ ସେତୁ ନିକଟରେ ବିଏସଏଫ୍ ଶିବିର ନିକଟରେ ଡିଜି ଏସ କେ ସିହ୍ନା ଓ ମାଲକାନଗିରି ଏସପି ନିଖିଲ ବଧୱାନିଙ୍କ ଉପସ୍ଥିତରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ୧୫୦ ର ଉର୍ଦ୍ଧ୍ବ ମିଲସିଆ ଓ ପରିବାର ଲୋକଙ୍କ କହିବା ଅନୁସାରେ ଆଗେ ସେମାନେ ମାଓବାଦୀଙ୍କ ଭୟରେ ମାଓ ସମର୍ଥନ କରି ବିଭିନ୍ନ ମାଓ ହିଂସା କାଣ୍ଡରେ ଜଡ଼ିତ ରହୁଥିଲେ। ଏହି ଅଞ୍ଚଳରେ ଅଞ୍ଚଳବାସୀ ଙ୍କ ଘରଦ୍ୱାର ପୋଡିବା, ପ୍ରଜା କୌର୍ଟ କରି ସ୍ଥାନୀୟ ଲୋକଙ୍କ ମୃତ୍ୟୁଦଣ୍ଡ ଦେଇ ଭୟଭୀତ କରାଉଥିଲେ। ଏବେ ସୁରକ୍ଷା ଶିବିର ପ୍ରତିଷ୍ଠା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ସାମିଲ ହବା ଓ ନିଜର ପରିବାର ସହ ସୁଖଶାନ୍ତିରେ ରହିବା ଲାଗି ଆତ୍ମସମର୍ପଣ କରିଥିବା ସେମାନେ ପ୍ରତିକ୍ରିୟା ଦେଇଛନ୍ତି। ବିଏସଏଫ୍ ଡିଜି ଏସ କେ ସିହ୍ନାଙ୍କ କହିବା ଅନୁସାରେ ବିଏସଏଫ୍ ସହାୟତାରେ ମାଓବାଦୀଙ୍କ ହାତ ଛାଡି ଘରବାହୁଡା ହୋଇ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେଲେ। ମାଲକାନଗିରି ଏସପି କହିଛନ୍ତି ସ୍ୱାଭିମାନ ଅଞ୍ଚଳରେ ବିକାଶ ଓ ପୁଲିସ ସୁରକ୍ଷା ଯୋଗାଇ ଥିବାରୁ ମିଲିସିଆ ମାନେ ମାଓବାଦୀ ହାତ ଛାଡି ରାଜ୍ୟ ସରକାର ଠାରେ ଆତ୍ମସମର୍ପଣ କରିଛନ୍ତି। ଆଗାମୀ ଦିନରେ ମାଓବାଦୀଙ୍କୁ ସମର୍ଥନ ନକରି ସରକାରଙ୍କୁ ସହଯୋଗ କରି ସ୍ଥାନୀୟ ଅଞ୍ଚଳରେ ଉନ୍ନତି କରିବେ ବୋଲି ଆଶା ବାନ୍ଧିଛନ୍ତି।

Share Now:

Kalinga News Beuro

Next Post

ସୀମାରେ ଚୀନର ମୁକାବିଲା ପାଇଁ ଭାରତ କିଣିବ ଲଢୁଆ ଡ୍ରୋନ ଏମକ୍ୟୁ-୯ ରିପର

Mon Aug 22 , 2022
ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ପାଖକୁ ଆସିବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ ରିପର ବା ପ୍ରିଡେଟର ଡ୍ରୋନ। ଏଥିପାଇଁ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ ଭାରତ ମୋଟ ୩ ବିଲିୟନ ଡଲାର ବା ୨୪ ହଜାର କୋଟି ଟଙ୍କା ମୂଲ୍ୟର ୩୦ଟି ପ୍ରେଡେଟର ଡ୍ରୋନ କିଣିବ। ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ […]
ଭାରତ କିଣିବ ପ୍ରିଡେଟର ଡ୍ରୋନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial