ବୋଲଗଡ଼ ରୋଡ ଷ୍ଟେସନରୁ ନାମ ବଦଳି ହେବ ମାଣିକଗୋଡ଼ା ଷ୍ଟେସନ

ମାଣିକଗୋଡ଼ା ଷ୍ଟେସନ

ଭୁବନେଶ୍ୱର: ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ସମ୍ୱନ୍ଧରେ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ଏହାର ନାମ ପରିବର୍ତ୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ସେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଏନେଇ ପତ୍ର ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ କରି ମାଣିକଗୋଡ଼l ଷ୍ଟେସନ ରଖିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବରୁ ଚିଠି ଲେଖିଥିଲେ।

Share Now:

Kalinga News Beuro

Next Post

ନୂଆ ସଫେଇ ସଂସ୍ଥାକୁ ଅନୁକମ୍ପା : କାର୍ଯ୍ୟାନୁଷ୍ଠାନ ବଦଳରେ ସହଯୋଗ କରୁଛି ବିଏମ୍‌ସି

Thu Sep 1 , 2022
ଭୁବନେଶ୍ୱର: ସଫେଇ ଦାୟିତ୍ବ ନେଇଥିବା ନୂଆ ସଂସ୍ଥା ଏଯାଏଁ ପୂରା ପ୍ରସ୍ତୁତ ହୋଇ ନାହାନ୍ତି। କିନ୍ତୁ ବିଏମ୍‌ସି ସେମାନଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି। ୧୬ ତାରିଖରୁ ଏମାନେ କାମ ଆରମ୍ଭ କରିବା ସହ ପୁରୁଣା ସଂସ୍ଥା ବିଦା ହେବା କଥା। କିନ୍ତୁ ଏମାନେ ସକ୍ଷମ ନ ହେବାରୁ ପୁରୁଣା ସଂସ୍ଥାଙ୍କ ଅବଧି ଅଗଷ୍ଟ ୩୦ ଯାଏଁ ବୃଦ୍ଧି କରାଯାଇଥିଲା। ଆଜି ପୁଣି ଥରେ ବିଏମ୍‌ସି ପୁରୁଣା ସଂସ୍ଥାଙ୍କର ଅବଧି […]
ନୂଆ ସଫେଇ ସଂସ୍ଥାକୁ ଅନୁକମ୍ପା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial