ଆଜି ଉଦ୍‌ଘାଟିତ ହେବ ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌

ଭୁବନେଶ୍ୱର : ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ଆଜି ଉଦ୍‌ଘାଟିତ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିବେ। ଆସନ୍ତା କାଲିଠାରୁ ଏହି ଷ୍ଟେସନ୍‌ରେ ପରୀକ୍ଷାମୂଳକ ଭାବେ ୩ଟି ଯାତ୍ରୀବାହୀ ଟ୍ରେନ୍‌ ରହିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ହାଓଡ଼ା-ପୁରୀ-ସନ୍ତ୍ରାଗାଛି, ରାଉରକେଲା-ପୁରୀ -ରାଉରକେଲା ଏବଂ କଟକ-ବ୍ରହ୍ମପୁର-କଟକ ମେମୁ। ୬ ମାସ ପର୍ଯ୍ୟନ୍ତ ଏହି ରହଣି ଜାରି ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ନ୍ୟୁ ଷ୍ଟେସନ୍‌ ସହ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂଆ ତୃତୀୟ ଫୁଟ୍‌ ଓଭର୍‌ ବ୍ରିଜ୍‌ ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ ବି ଉଦ୍‌ଘାଟିତ ହେବ। ଏହି ଉଦ୍‌ଘାଟନୀ ଉତ୍ସବରେ ଶ୍ରୀ ପ୍ରଧାନଙ୍କ ସହ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ପରିବହନ ମନ୍ତ୍ରୀ ନୃସିଂହ ଚନ୍ଦ୍ର ସାହୁ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ। ପୁଣି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଖୋର୍ଧା ରୋଡ୍‌ ରେଳ ଷ୍ଟେସନ୍‌ରେ ମେମୁ ସେଡ୍‌ ଓ ବାଗଲ ଧର୍ମଶାଳା ଓ ପୁରୀଠାରେ ପିଆର୍‌ଏସ୍‌ କାଉଣ୍ଟର୍‌ ପ୍ରକଳ୍ପ ଉଦ୍‌ଘାଟିତ ହେବ। ଏହି ଅବସରରେ ଖୋର୍ଧାଠାରେ ଜଟ୍‌ଣୀ ବିଧାୟକ ଭାଗୀରଥି ବଡ଼ଜେନା ଏବଂ ପୁରୀଠାରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ।

Share Now:

Kalinga News Beuro

Leave a Reply

Next Post

ଦୋଷ ମାନିଲା ଏଏସ୍‌ଆଇ:କରିବ ମରାମତି

Sun Jul 8 , 2018
ଶ୍ରୀଲିଙ୍ଗରାଜ ମନ୍ଦିର ରାହାପାଗ ଫାଟ ପ୍ରସଙ୍ଗ ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳୁଥିବା ଘଟଣାକୁ ବିଳମ୍ବରେ ହେଉ ପଛେ କେନ୍ଦ୍ର ପ୍ରତ୍ନତ୍ତ୍ୱ ବିଭାଗ (ଏଏସ୍‌ଆଇ) ସ୍ୱୀକାର କରିଛି। ମନ୍ଦିରର ରାହାପାଗରେ ଫାଟ ରହିଛି ବୋଲି ବିଭାଗ ମାନିଛି। ତେଣୁ ରାହାପାଗରେ ୭ଟି ସ୍ଥାନରେ ଥିବା ଏହି ଫାଟକୁ ଖୁବଶୀଘ୍ର ମରାମତି କରି ବୁଜାଯିବ ବୋଲି ଜଣାଯାଇଛି। ଏହି ମୁଖ୍ୟ ସମସ୍ୟା ସମେତ ମନ୍ଦିରର ଅନ୍ୟ କିଛି ସମସ୍ୟାକୁ ସମାଧାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial