ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି !

ବେଜିଂର ଦାଦାଗିରି

ମହାସାଗରରେ ନୌବୀରଙ୍କ କଳାକୌଶଳ ପ୍ରଦର୍ଶନ

ନୂଆଦିଲ୍ଲୀ: ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି। ଚୀନ୍‌କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ। ଭାରତ ସମେତ ଅନ୍ୟ ୩ ସଦସ୍ୟ ରାଷ୍ଟ୍ର ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏଥିରେ ଅଂଶଗ୍ରହଣ କରିଛନ୍ତି। ମହାସାଗରରେ ନୌବୀରଙ୍କ କଳାକୌଶଳ ପ୍ରଦର୍ଶନ, ନୌସମରର ଅତି ଜଟିଳ ବ୍ୟବସ୍ଥାଗୁଡ଼ିକୁ ଡ୍ରିଲ ମାଧ୍ୟମରେ ପରଖି ନେଉଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଙ୍କ ନୌସୈନିକ। କିଭଳି ସୁରକ୍ଷିତ ରହିବ ଜଳସୀମା, କିଭଳି ଶତ୍ରୁ ରାଷ୍ଟ୍ରକୁ ଦେଇ ହେବ ପରାଭାବ। ପ୍ରସ୍ତୁତି ସାଙ୍ଗକୁ ଦକ୍ଷତା ପ୍ରଦର୍ଶନ ଲାଗି ବଙ୍ଗୋପସାଗରରେ ଆରମ୍ଭ ହୋଇଛି ୩ ଦିନିଆ ମାଲାବାର ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ। ଏଥିରେ ବିଧ୍ୱଂସକାରୀ ଯୁଦ୍ଧପୋତ ସମେତ ଛୋଟ ଛୋଟ ଆକ୍ରମଣକାରୀ ଜାହାଜ, ବୁଡ଼ାଜାହାଜ, ହେଲିକପ୍ଟର, ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ସାମିଲ କରାଯାଇଛି। ୟୁଏସ୍ ନେଭି ସିଲ୍ ଓ ଭାରତୀୟ ନୌସେନାର ମେରାଇନ୍ କମାଣ୍ଡୋଙ୍କ ତତ୍ତ୍ୱାବଧାନରେ ଏହି ସମରାଭ୍ୟାସ ଚାଲିଛି। ଭାରତୀୟ ନୌସେନାର ଆଇଏନ୍ଏସ୍ ରଣବିଜୟ, ଆଇଏନ୍ଏସ୍ ସାତପୁରା, ପି-୮ ଲଙ୍ଗରେଞ୍ଜ୍ ମେରିଟାଇମ୍ ପାଟ୍ରୋଲିଂ ଏୟାରକ୍ରାପଟ ସମରାଭ୍ୟାସରେ ଭାଗ ନେଉଥିବା ବେଳେ, ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର କାର୍ଲ ଭିନସନ୍, ଲେକ୍ ଚାମ୍ପଲେନ୍ ଓ ଷ୍ଟକ୍ଡେଲ୍, ଜାପାନାର ଜେଏସ୍ କାଗା ଓ ଜେଏସ୍ମୁରାସେମ୍ ଏବଂ ଅଷ୍ଟ୍ରେଲିଆ ନୌସେନାର ଏଚଏମଏଏସ ବାଲାରାଟ୍ ଓ ଏଚଏମଏଏସ ସିରିଅସ୍ ଏଥିରେ ସାମିଲ ହୋଇଛନ୍ତି। ୧୯୯୨ ମସିହାରେ ଭାରତ-ଆମେରିକା ମଧ୍ୟରେ ମାଲାବାର ସିରିଜ୍‌ର ଦ୍ୱିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଥିଲା। ୨୦୦୫ରେ ଉଭୟ ଦେଶର ଏୟାରକ୍ରାଫ୍ଟ କ୍ୟାରିୟର ଏଥିରେ ସାମିଲ ହୋଇଥିଲେ। ୨୦୧୪ରେ ଜାପାନର ମେରିଟାଇମ ସେଲ୍ଫ ଡିଫେନ୍ସ ଫୋର୍ସ ମାଲାବାର ସମରାଭ୍ୟାସର ସ୍ଥାୟୀ ସଦସ୍ୟ ହୋଇଥିଲା। ସେହିପରି ଗତବର୍ଷ ସ୍ଥାୟୀ ଅଂଶଗ୍ରହଣକାରୀ ଭାବେ ଯୋଗ ଦେଇଥିଲା ଅଷ୍ଟ୍ରେଲିଆ। ଗତବର୍ଷ ନଭେମ୍ବରରେ କ୍ୱାଡ୍‌ର ୪ ସଦସ୍ୟ ରାଷ୍ଟ୍ର ଆରବ ସାଗର ଓ ବଙ୍ଗୋପସାଗରରେ ଆୟୋଜିତ ମାଲାବାର୍ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସରେ ଯୋଗ ଦେଇଥିଲେ। ସାଉଥ୍ ଚାଇନା ସି’ରେ ଚୀନ୍ ଦାଦାଗିରି ଚଳାଇଥିବାରୁ ଭାରତ ମହାସାଗରରେ ଏହାର ପ୍ରଭାବକୁ ପ୍ରତିହତ କରିବା ଲାଗି ୪ ସହଯୋଗୀ ରାଷ୍ଟ୍ର ଅଣ୍ଟା ଭିଡିଛନ୍ତି। ତେବେ କ୍ୱାଡ୍‌ର ଏଭଳି ସମରାଭ୍ୟାସକୁ ଚୀନ୍ ସନ୍ଦେହ ଚକ୍ଷୁରେ ଦେଖିଆସୁଛି।

Share Now:

Kalinga News Beuro

Next Post

ଛତିଶଗଡ଼ ସିହାୱା ଶୀତଳା ମନ୍ଦିରରୁ ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

Wed Oct 13 , 2021
ମୃତ ଦେହ ଉଦ୍ଧାର କଲା ବନ ବିଭାଗ, ପରିବାରକୁ ହସ୍ତାନ୍ତର ନବରଙ୍ଗପୁର : ୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ। ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି। ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପି ନେଇଥିବା ସୂଚନା ମିଳିଛି। ନବରଙ୍ଗପୁର ରାଇଘର ବ୍ଲକ ତୁରୁଡିହିରୁ ଛତିଶଗଡ଼ ଯାଇଥିଲେ ମୃତକଙ୍କ ପରିବାର। ପୁଅକୁ ବାଘ ଝାମ୍ପି ନେଇଥିବା ଅଭିଯୋଗ କରିଛନ୍ତି ପରିବାର […]
୬ ବର୍ଷର ପିଲାକୁ ଝାମ୍ପିନେଲା ବାଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial