ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଅଲିମ୍ପିକ ଟିମ

ଅଲିମ୍ପିକ ଟିମ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକରେ ଭାଗ ନେଇଥିବା ସମସ୍ତ ଭାରତୀୟ ଖେଳାଳିଙ୍କୁ ଲାଲକିଲ୍ଲାକୁ ନିମନ୍ତ୍ରଣ କରିବେ। ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ସମସ୍ତ ଖେଳାଳିଙ୍କୁ ଭେଟିବେ ଏବଂ ସେମାନଙ୍କ ସହ ଆଲୋଚନା ମଧ୍ୟ କରିବେ। ଲାଲକିଲ୍ଲାକୁ ନିମନ୍ତ୍ରଣ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଅଂଶଗ୍ରହଣକାରୀଙ୍କୁ ତାଙ୍କ ବାସଭବନକୁ ମଧ୍ୟ ନିମନ୍ତ୍ରଣ କରିବେ। ସୂଚନା ଥାଉ କି ଏହା ଭାରତ ଇତିହାସରେ ପ୍ରଥମ ଥର ହେବ ଯେତେବେଳେ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଇଥିବା ସମସ୍ତ କ୍ରୀଡ଼ାବିତ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାକୁ ସ୍ୱତନ୍ତ୍ର ଅତିଥି ଭାବରେ ନିମନ୍ତ୍ରିତ ହେବେ। ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ ୨୦୨୦ ଆୟୋଜିତ ହେଉଛି। ଯେଉଁଥିରେ ଭାରତରୁ ମୋଟ ୨୨୮ ଖେଳାଳି ଏବଂ ପରିଚାଳନା ଦଳ ପଠାଯାଇଛି। ଏଥିରେ ୧୨୦ ଜଣ ଆଥଲେଟ୍ ଥିବାବେଳେ ଅନ୍ୟମାନେ କୋଚ୍ ଅଛନ୍ତି। ଟୋକିଓ ଅଲିମ୍ପିକରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ପାଇଛି।

Share Now:

Kalinga News Beuro

Next Post

କାଂସ୍ୟ ପଦକ ପାଇଁ ଜର୍ମାନୀ ସହିତ ମୁକାବିଲା କରିବ ଭାରତୀୟ ପୁରୁଷ ହକି ଦଳ

Tue Aug 3 , 2021
ଟୋକିଓ : ଭାରତୀୟ ପୁରୁଷ ହକି ଦଳ ଆଜି ବିଶ୍ବ ଚାମ୍ପିଅନ ବେଲଜିୟମଠାରୁ ହାରି ଫାଇନାଲ ଯାଇପାରିନଥିଲେ ବି ପଦକ ଆଶା ଶେଷ ହୋଇନାହିଁ। କାଂସ୍ୟ ବା ବ୍ରୋଞ୍ଜ୍ ପଦକ ଜିତିବାର ବିକଳ୍ପ ଏବେ ବି ଭାରତ ପାଇଁ ଖୋଲା ରହିଛି। ତେବେ ଏଥିପାଇଁ ଭାରତକୁ ଶକ୍ତିଶାଳୀ ଜର୍ମାନୀକୁ ହରାଇବାକୁ ପଡ଼ିବ। ଆଜି ପ୍ରଥମ ସେମିରେ ଭାରତ ବେଲଜିୟମଠାରୁ ୫-୨ରେ ହାରିଯାଇଥିବାବେଳେ ୨ୟ ସେମିରେ ଅଷ୍ଟ୍ରେଲିଆ ଜର୍ମାନୀକୁ ୩-୧ରେ ପରାସ୍ତ […]
ଭାରତୀୟ ପୁରୁଷ ହକି ଦଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial