ଏଣିକି ଏଟିଏମରୁ ବାହାରିବ କଏନ୍

ଏଟିଏମରୁ ବାହାରିବ କଏନ୍

ନୂଆଦିଲ୍ଲୀ: ଏଟିଏମରୁ ନୋଟ ବାହାରିବା କିଛି ନୂଆ କଥା ନୁହେଁ; କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ଏଟିଏମରୁ କଏନ୍ ମଧ୍ୟ ବାହାରିବ। ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଦେଶର ୧୨ଟି ସହରରେ କ୍ୟୁଆର କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଆରମ୍ଭ କରାଯିବ। ତେବେ, ଦେଶର ଏହି ୧୨ଟି ସହର କେଉଁଗୁଡିକ ହେବ ତାହା ବର୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ଏହି ଭେଣ୍ଡିଂ ମେସିନ୍ଗୁଡ଼ିକରେ ୟୁପିଆଇ ଦ୍ୱାରା ଗ୍ରାହକମାନେ କଏନ ବାହାର କରିପାରିବେ। ପାଇଲଟ ପ୍ରୋଜେକ୍ଟରୁ ମିଳିଥିବା ସୂଚନାକୁ ଆଧାର କରି ଏହି ମେସିନ ବ୍ୟବହାର କରି ମୁଦ୍ରା ବଣ୍ଟନକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶନାମା ଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ କହିଛନ୍ତି।

Share Now:

Kalinga News Beuro

Next Post

ଶୀଙ୍ଖମନ୍ ଠାରେ ସଡ଼କ ଦୁର୍ଘଟଣା : ୪ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

Thu Feb 9 , 2023
ଭୁବନେଶ୍ୱର : ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନମ୍ବର-୨୬ ଶୀଙ୍ଖମନ୍ ଗ୍ରାମ ପାଖରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସରୋଜ୍ ପଶାୟତ, ତାଙ୍କ ପତ୍ନି କରିସ୍ମା ପଶାୟତଙ୍କ ସମେତ ଜଣେ ୩ ବର୍ଷ ଓ ଆଉ ଜଣେ ବର୍ଷକର ଝିଅର ଶୀଙ୍ଖମନ୍ ଠାରେ ଏକ ଘରୋଇ ବସ୍ ଧକ୍କା ମାରିଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ହୋଇଅଛି। ସେମାନଙ୍କୁ ପ୍ରଥମେ ବଲାଙ୍ଗୀର ସ୍ଥିତ ଭୀମଭୋଇ […]
ଶୀଙ୍ଖମନ୍ ଠାରେ ସଡ଼କ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial