ଶୀଙ୍ଖମନ୍ ଠାରେ ସଡ଼କ ଦୁର୍ଘଟଣା : ୪ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ

ଶୀଙ୍ଖମନ୍ ଠାରେ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର : ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନମ୍ବର-୨୬ ଶୀଙ୍ଖମନ୍ ଗ୍ରାମ ପାଖରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସରୋଜ୍ ପଶାୟତ, ତାଙ୍କ ପତ୍ନି କରିସ୍ମା ପଶାୟତଙ୍କ ସମେତ ଜଣେ ୩ ବର୍ଷ ଓ ଆଉ ଜଣେ ବର୍ଷକର ଝିଅର ଶୀଙ୍ଖମନ୍ ଠାରେ ଏକ ଘରୋଇ ବସ୍ ଧକ୍କା ମାରିଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ହୋଇଅଛି। ସେମାନଙ୍କୁ ପ୍ରଥମେ ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ଠାରେ ଭର୍ତ୍ତି କରାଯାଇଥିଲା, ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ହସ୍ପିଟାଲ୍ ଠାରେ ଭର୍ତ୍ତି କରାଯାଇଅଛି। ସୂଚନାଯୋଗ୍ୟ ଯେ ସେମାନେ ଗୋଟିଏ ବିବାହ ଭୋଜିରେ ଯୋଗଦାନ ଦେବାପାଇଁ ଟିଟଲାଗଡ ବ୍ଲକ ଅନ୍ତର୍ଗତ ଉଡ଼ାର ଗ୍ରାମରୁ ବଲାଙ୍ଗୀର ଯାଉଥିବା ସମୟରେ ବଲାଙ୍ଗୀର ପଟୁ ଆସୁଥିବା ଏକ ଘରୋଇ ବସ୍ ଦ୍ୱାରା ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏ ନେଇ ବଲାଙ୍ଗୀର ସଦର ପୋଲିସ୍ ଏକ ମାମଲା ରୁଜୁ କରିଛନ୍ତି। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାରୁ ତାକୁ ଗିରଫ କରାଯାଇ ପାରିନାହିଁ ବୋଲି ସଦର ଥାନା ଏଏସଆଇ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ସନ୍ଦେହରେ ଅବିବାହିତା ଝିଅକୁ ହତ୍ୟା କଲେ ବାପା ମା ଓ ପରିବାର ଲୋକେ

Thu Feb 9 , 2023
ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର କୌଶାମ୍ବୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପାମାଆ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଅବିବାହିତା ଥିବା ସତ୍ତ୍ବେ ତାଙ୍କ ନିକଟରୁ ପ୍ରେଗ୍ନେନ୍ସି କିଟ୍‌ (ଗର୍ଭ ପରୀକ୍ଷା କିଟ୍) ମିଳିବାରୁ ତାଙ୍କର କାହା ସହ ପ୍ରେମ ସଂପର୍କ ରହିଛି ବୋଲି ସନ୍ଦେହ କରିଥିଲେ ବାପାମାଆ। ସନ୍ଦେହ ଉପୁଜିବା କାରଣରୁ ଯୁବତୀଙ୍କ ବାପା ତାଙ୍କର ୨ […]
ଗଳା ଚିପି ହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial