ପ୍ରକୃତିର ଚମତ୍କାର ! ଗୋଟିଏ ଗଛରେ ଦୁଇ ପ୍ରକାର ଫଳ, ଆଳୁ ଗଛରେ ଫଳିଛି ଟମାଟୋ

ପ୍ରକୃତିର ଚମତ୍କାର

ପାରାଦ୍ୱୀପ: ପ୍ରକୃତିର ଚମତ୍କାର। ଆଳୁ ଗଛରେ ଫଳିଛି ଟମାଟୋ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ନିରାଟ ସତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଗଦିଆ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ଶଙ୍କର ସ୍ୱାଇଁଙ୍କ ବାଡ଼ିରେ ଲଗାଯାଇଥିବା ୩ଟି ଆଳୁ ଗଛ ମଧ୍ୟରୁ ଗୋଟିକରେ ଉଭୟ ଆଳୁ ଓ ଟମାଟୋ ଫଳିଛି। ଅର୍ଥାତ୍ ମାଟିତଳେ ଆଳୁ ଫଳିଥିବା ବେଳେ ଗଛର ଦୁଇଟି ଶାଖାରେ ଦୁଇ ପେନ୍ଥା ଟମାଟୋ ଫଳିଛି। ତେବେ ଏକଥା ଜଣାପଡ଼ିବା ପରେ ଆଳୁ ଗଛରେ ଫଳିଥିବା ଟମାଟୋ ଦେଖିବା ପାଇଁ ବାଡ଼ିରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଗୋଟିଏ ଗଛରେ ଦୁଇ ପ୍ରକାର ଫଳ। ରାସାୟନିକ ସାର ପ୍ରୟୋଗ କରାଯାଇନି, କି କଲମି କରାଯାଇନି। ପାରାଦୀପ ଉପକଣ୍ଠ ବଗଦିଆ ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ମାଟିତଳେ ଆଳୁ ଫଳିଥିବା ବେଳେ ଉପରେ ଫଳିଛି ଟମାଟୋ। ରୋଷେଇ ପାଇଁ ଦୋକାନରୁ ଆଣିଥିବା ଆଳୁ ମଧ୍ୟରୁ ୨ଟିରେ ଗଜା ହୋଯାଇଥିଲା। କିଛି ଆଳୁକୁ କାଟି ରୋଷେଇ କରିବା ସହ ବଳକା ଆଳୁକୁ ଶଙ୍କର ସ୍ୱାଇଁ ବାଡ଼ିରେ ପୋତି ଦେଇଥିଲେ। ତେବ ଗଛ ଗୁଡ଼ିକ ବଡ଼ ହେବା ପରେ ଗୋଟିଏ ଗଛରେ ୩ ପେନ୍ଥା ଟମାଟୋ ପରି ଫଳ ଫଳିଥିବାର ଦେଖିବାକୁ ପାଇଥିଲେ। କଞ୍ଚା ଥିବା ହେତୁ ସେ ଅଧିକ ଧ୍ୟାନ ଦେଇନଥିଲେ। ତେବେ ସହି ଫଳ ମଧ୍ୟରୁ ଗୋଟିଏ କାଟିବା ପରେ ଟମାଟୋ ପରି ମଞ୍ଜି ଓ ରସ ବାହାରୁଛି। ଅନ୍ୟପଟେ ଗଛର ଚେରକୁ ଆଡ଼େଇବା ପରେ ସେଥିରେ ଆଳୁ ଫଳିଥିବା ଦେଖିବାକୁ ମଳିଥିଲା। ତେବେ ଆଳୁ ଗଛରେ ଟମାଟୋ ଫଳିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ଯିଏ ଦେଖିଛି ସିଏ ବିଶ୍ୱାସ ନକରି ରହିପାରୁନି। ଶଙ୍କର ଅପେକ୍ଷା କରିଛନ୍ତି ଆଗକୁ ଏହି ଫଳ ପାଚିବା ପରେ ଟମାଟୋ ପରି ଲାଲ ରଙ୍ଗ ହବ କି ନାହିଁ ? କୌଣସ ପ୍ରକାର କଲମି ନକରି କିମ୍ବା ରାସାୟନିକ ଦ୍ରବ୍ୟ ବ୍ୟବହାର ନକରି ଆଳୁ ଗଛରେ ଭିନ୍ନ ଫଳ ଫଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏକଥା ଶୁଣି ଆଖପାଖ ଲୋକ ମଧ୍ୟ ଗହଳି ଲଗାଉଛନ୍ତି। ନିଜ ଜୀବନକାଳ ମଧ୍ୟରେ ବୟସ୍କମାନେ ମଧ୍ୟ ଏପରି ଆଶ୍ଚର୍ଯ୍ୟ ଦେଖିନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ଆଳୁ ଗଛରେ ଫଳିଥିବା ଫଳ ପ୍ରକୃତରେ ଟମାଟୋ ନା ଆଉ କ’ଣ ତାହା ଏଯାଏ ସ୍ପଷ୍ଟ ହୋନାହିଁ।

Share Now:

Kalinga News Beuro

Next Post

ରସିକିଆ ଅଧ୍ୟାପକଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

Tue Jan 19 , 2021
ଆନନ୍ଦପୁର: ଆନନ୍ଦପୁର ବ୍ଲକ ଆନନ୍ଦପୁର ମହାବିଦ୍ୟାଳୟର ଦୁଇ ରସିକିଆ ଅଧ୍ୟାପକଙ୍କ ବିରୁଦ୍ଧରେ ଆସିଛି ସଂଗୀନ ଅଭିଯୋଗ। ବହୁ ଦୁର୍ନୀତି,ଶୋଷଣ ଓ ଅସଦାଚରଣ ପରି ଅନେକ ସଂଗୀନ ଅଭିଯୋଗର ଫର୍ଦ୍ଦରେ ଯୋଡି ହୋଇଛନ୍ତି ଫିଜିକ୍ସ ଅଧ୍ୟାପକ ଦିଲୀପ କୁମାର ଦାସ ଓ କେମିଷ୍ଟ୍ରି ଅଧ୍ୟାପକ ଶେଖର ଦେବତା। ଏ ନେଇ ଜନସାଧାରଣ ଓ ଅଞ୍ଚଳର ବୁଦ୍ଧିଜୀବୀ ତଥା ଅଭିଭାବକ ମାନଙ୍କ ଅଭିଯୋଗ କ୍ରମେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଆସିଥିବା ଜଣାପଡିଛି। ପଦାର୍ଥ […]
ଆନନ୍ଦପୁର ମହାବିଦ୍ୟାଳୟ (1)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial