ୱାଟ୍‌କୋ‌ ପାଣି ମିଟର ଦୁର୍ନୀତି : ମେଟାଲ୍‌ ବଦଳରେ ଲାଗିଛି ପ୍ଲାଷ୍ଟିକ୍

ୱାଟ୍‌କୋ‌ ପାଣି ମିଟର ଦୁର୍ନୀତି

କଟକ: ବିଦ୍ୟୁତ୍ ମିଟର ଭଳି ଏବେ ସହରାଞ୍ଚଳରେ ଘରେ ଘରେ ଲାଗୁଛି ପାଣି ମିଟର। ୱାଟକୋ ପକ୍ଷରୁ ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ କଟକରେ ଏଭଳି ପାଣି ମିଟର ଲଗାଯାଉଛି। ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟରେ ଦୁଇ ଲକ୍ଷ ପାଣି ମିଟର ଲାଗି ସାରିଥିବା ବେଳେ ଏବେ କଟକ ଓ ଭୁବନେଶ୍ୱର ପାଇଁ ପାଇଁ ପାଣି ମିଟର ଲାଗିବା ପ୍ରକ୍ରିୟା ଚାଲୁ ରହିଛି। ଆରମ୍ଭରୁ ୱାଟୋକ୍ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ ହୋଇଥିବା ବେଳେ ଏବେ ନିମ୍ନମାନର ଉପକରଣକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ପାଣି ମିଟର ଲଗାଇବା କାମ ରାଜ୍ୟ ବାହାର ସଂସ୍ଥା ଏନଜେନ୍ ଗ୍ଲୋବାଲ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ ହାତେଇଛି। ଟେଣ୍ଡରରେ ରହିଥିବା ସର୍ତ୍ତ କେବଳ ଏହି ଏକମାତ୍ର ସଂସ୍ଥାବ ପୂରଣ କରୁଥିବାରୁ ସମସ୍ତ କାମ ଏହି ସଂସ୍ଥାକୁ ମିଳିଛି। ନିମ୍ନମାନର ଉପକରଣ ଲାଗିଥିବା ଅଭିଯୋଗ ଥାଇ ବି ୱାଟକୋର ଯନ୍ତ୍ରୀ ଓ ଅଧିକାରୀ ସଂପୃକ୍ତ ସଂସ୍ଥାକୁ ଚୂଡାନ୍ତ ବିଲ୍ ଦେଇ ସାରିଥିବା ଜଣାପଡିଛି। ଏପରିକି ଚୁକ୍ତିର ଖିଲାପ କରି ଯନ୍ତ୍ରାଂଶ ଲଗାଯାଇଥିବା ଜଣାପଡିଛି। ଟେଣ୍ଡର ଚୁକ୍ତି ମୁତାବକ (ଉପଯୁକ୍ତ ମାନର) ପାଣି ମିଟର ବା ବଲ୍ ଭାଲ୍‌ଭ ଲଗାଯାଇ ନାହିଁ। କଟକ ମଧୁପାଟଣା ଅଞ୍ଚଳର ଆଇନଜୀବୀ ସୌଭାଗ୍ୟ ସ୍ୱାଇଁ ଗତ ଜାନୁଆରି ୧ ତାରିଖରେ ୱାଟକୋକୁ ସୂଚନା ଅଧିକାରରେ ପାଣି ମିଟର ସଂପର୍କିତ ତଥ୍ୟ ମାଗିଥିଲେ। ଓାଟକୋ ପକ୍ଷରୁ ମାର୍ଚ୍ଚ ୨୯ ତାରିଖରେ ତଥ୍ୟ ଦିଆଯାଇଥିଲା। ଶ୍ରୀ ସ୍ୱାଇଁ ଏଥିରେ ମେଟାଲ ଯୁକ୍ତ ବଲ୍ ଭାଲ୍‌ଭ ଲାଗିଛି କି ନାହିଁ ସୂଚନା ମାଗି ଥିଲେ। ମାତ୍ର ଉତ୍ତରରେ ନଟ ଇନ୍‌ଷ୍ଟଲ( ଲାଗି ନାହିଁ) ବୋଲି ଉତ୍ତର ମିଳିଥିଲା। ସେହିଭଳି ମିଟର ଲଗାଇଥିବା ଏଜେନ୍ସିର ଚୂଡାନ୍ତ ବିଲ୍ ହୋଇଛି କି ନାହିଁ ତଥ୍ୟ ମାଗିଥିଲେ।
ମାତ୍ର ଉତ୍ତରରେ ରାଉରକେଲା ପାଇଁ ଚୂଡାନ୍ତ ବିଲ୍‌ ହୋଇଥିବା ନେଇ ଉତ୍ତର ମିଳିଥିଲା। ତେବେ ମେଟାଲ ବଲ ଭାଲଭ ନ ଲଗାଇ କିଭଳି ବିଲ୍ ଚୂଡାନ୍ତ ହୋଇଛି ଓ ଏ ବିଲ୍ କିଏ ଚୂଡାନ୍ତ କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ରାଉରକେଲା, ବ୍ରହ୍ମପୁର, ଭୁବନେ ଓ କଟକରେ ଚୁକ୍ତି ମୁତାବକ ମେଟାଲ ବଲ ଭାଲ୍‌ଭ ବଦଳରେ ପ୍ଲାଷ୍ଟିକ ବଲ ଭାଲ୍‌ଭ ଲଗାଯାଉଛି। ରାଉରକେଲା, ଭୁବନେଶ୍ବର ଓ କଟକରେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗିଥିବା ୨ଲକ୍ଷ ବଲ୍ ଭାଲ୍‌ଭରେ ପାଖାପାଖି ୪ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୱାଟକୋ ପକ୍ଷରୁ ପ୍ରଥମେ ରାଉରକେଲା ସହରରେ ପାଣି ମିଟର ଲଗାଇବାକୁ ଟେଣ୍ଡର ହୋଇଥିଲା। ୨୦୨୦ ଅକ୍ଟୋବର ୫ ତାରିଖ କୋଭିଡ ସମୟରେ ଏହି କାମ ଆରମ୍ଭ ହୋଇଥିଲା। ୧୨ କୋଟି ୮୭ ଲକ୍ଷ ୬୮ ହଜାର ୭୧୫ ଟଙ୍କାର ଟେଣ୍ଡର କରାଯାଇଥିଲା। ଏନଜେନ୍ ଗ୍ଲୋବାଲ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ, ବାଙ୍ଗାଲୋରର ସହିତ ଏହାର ଚୁକ୍ତି କରାଯାଇଥିଲା। ଏହି କାମ ୪.୧୦.୨୦୨୧ରେ ଶେଷ ହୋଇଥିଲା। ତେବେ କଂପାନି ୱାଟକୋ ସହିତ ଯେଉଁ ଚୁକ୍ତି କରିଥିଲା ସେଥିରେ ଖିଲାପ କରିଥିଲା। ଚୁକ୍ତି ମୁତାବକ, ଆଇଏସ ୯୮୯୦-୧୯୮୧ ବଲ ଭାଲ୍‌ଭ ଲଗାଇବାକୁ କୁହାଯାଇଥିଲା। ଗୁଣାତ୍ମକ ଦୃଷ୍ଟିରୁ ଏହା ଏକ ମେଟାଲ ଯୁକ୍ତ ବଲ ଭାଲ୍‌ଭ ହୋଇଥିବା ବେଳେ କଂପାନି ଏହାଠୁ କମ ଦାମରେ ମିଳୁଥିବା ପ୍ଲାଷ୍ଟିକ୍ ଭାଲ୍‌ଭ ସବୁ ଲଗାଇଥିବା ଜଣାପଡିଛି। ସୂଚନା ଅଧିକାରରେ ମିଳିଥିବା ତଥ୍ୟରେ ଚୁକ୍ତି ମୁତାବକ ଭାଲଭ ଲାଗି ନଥିବା ସୂଚନା ଦିଆଯାଇଛି। ଏହାର ତଦାରଖ କରୁଥିବା ଯନ୍ତ୍ରୀ, ୱାଟକୋର ବିଭାଗୀୟ ମୁଖ୍ୟ ଏହାର ତଦାରଖ ନ କରି ସଂସ୍ଥାଛର ଚୂଡାନ୍ତ ବିଲ ପୈଠ କରିବା ଘଟଣାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

Share Now:

Kalinga News Beuro

Next Post

ଏମକେସିଜିରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ଗୋଟିଏ ସିଲିଣ୍ଡରରୁ ୩ଶିଶୁଙ୍କୁ ଅକ୍ସିଜେନ୍‌

Sat Oct 15 , 2022
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜୀବନରେଖା ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲ’ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁରସ୍ଥିତ ଏହି ବଡ଼ଡାକ୍ତରଖାନା ବିଭିନ୍ନ ସମସ୍ୟାର କବଳିତ ହୋଇ ସ୍ବାସ୍ଥ୍ୟସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଆଜି ଏହି ବୃହତ୍‌ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏମକେସିଜିର ଏସ୍‌ଏନ୍‌ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫଟୋଟି […]
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial