ଏମକେସିଜିରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ଗୋଟିଏ ସିଲିଣ୍ଡରରୁ ୩ଶିଶୁଙ୍କୁ ଅକ୍ସିଜେନ୍‌

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜୀବନରେଖା ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲ’ରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ରହ୍ମପୁରସ୍ଥିତ ଏହି ବଡ଼ଡାକ୍ତରଖାନା ବିଭିନ୍ନ ସମସ୍ୟାର କବଳିତ ହୋଇ ସ୍ବାସ୍ଥ୍ୟସେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଆଜି ଏହି ବୃହତ୍‌ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏମକେସିଜିର ଏସ୍‌ଏନ୍‌ସିୟୁ ୱାର୍ଡରେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫଟୋଟି ସୋସିଆଲ୍ ମିଡିଆରେ ପୋଷ୍ଟ ହେବାପରେ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଓଡ଼ିଶାରେ କ’ଣ ଅକ୍ସିଜେନର ଏପରି ଅଭାବ ପଡ଼ିଲା ଯେ ୩ ଜଣ ଶିଶୁଙ୍କୁ ସେମାନଙ୍କ ମା’ମାନେ ଠିଆ ହେବା ଅବସ୍ଥାରେ ଗୋଟିଏ ସିଲିଣ୍ଡରରୁ ଆସିଥିବା ପାଇପରୁ ଅକ୍ସିଜେନ୍ ଦେଲେ।
ସୂଚନା‌ ଅନୁସାରେ ଆଜି ଏସ୍‌ଏନ୍‌ସିୟୁରେ ୩ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ଶିଶୁମାନଙ୍କର ସାମାନ୍ୟ ହୃଦୟଜନିତ ସମସ୍ୟା ଥିଲା। ତେଣୁ ସେମାନଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା। ତେବେ ଗୋଟିଏ ସିଲିଣ୍ଡରରୁ ୩ ଜଣ ଶିଶୁଙ୍କୁ ପାଇପ୍‌ ମାଧ୍ୟମରେ ଅକ୍ସିଜେନ ଦିଆଯାଇଥିଲା। ଜଣେ କର୍ମଚାରୀ ଅକ୍ସିଜେନ ସିଲିଣ୍ଡରଙ୍କୁ ଟାଣି ଟାଣି ନେଉଥିବା ବେଳେ, ଶିଶୁମାନଙ୍କୁ ହାତରେ ଧରି ସେମାନଙ୍କର ମା’ମାନେ ପଛପଛେ ଯାଉଥିଲେ। ଆବଶ୍ୟକ ପଡ଼ିଲେ ଗୋଟିଏ ସିଲିଣ୍ଡରରୁ ଜଣେ ୨ ଜଣ ଶିଶୁଙ୍କୁ ଅକ୍ସିଜେନ ଦିଆଯାଇଥାଏ । କିନ୍ତୁ ଗୋଟିଏ ସିଲିଣ୍ଡରରୁ ଥରକେ ୩ ଜଣଙ୍କୁ ଅକ୍ସଜେନ ଦିଆଯିବା ପ୍ରାୟତଃ ଦେଖିବାକୁ ମିଳି ନଥାଏ। କେବଳ ସେତିକି ନୁହେଁ, ଏହା ଏକ ଦୁଃସାହସିକ କାର୍ଯ୍ୟ ମଧ୍ୟ। ନବଜାତମାନଙ୍କୁ ଏପରି ଅକ୍ସିଜେନ୍ ଦେବା କେତେ ସୁରକ୍ଷିତ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ଯାଏଁ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରତିକ୍ରିୟା ମିଳି ପାରିନାହିଁ।

Share Now:

Kalinga News Beuro

Next Post

ବାଙ୍ଗାଲୋର ଏୟାରପୋର୍ଟରେ ବିଶ୍ୱର ସବୁଠାରୁ ବଡ ଯାତ୍ରୀବାହୀ ବିମାନ

Sat Oct 15 , 2022
ବାଙ୍ଗାଲୋର: ଦୁନିଆର ସବୁଠୁ ବଡ ଯାତ୍ରୀବାହୀ ବିମାନ ବାଙ୍ଗାଲୋର ବିମାନବନ୍ଦରରେ ଅବତରଣ କରିଛି। ଏମିରେଟ୍ସ ଦ୍ୱାରା ପରିଚାଳିତ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ ଏୟାରବସ୍ ଏ୩୮୦ ଶନିବାର ବାଙ୍ଗାଲୋରର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଆଉ ଏହାପରେ ବାଙ୍ଗାଲୋର ଦେଶର ପ୍ରଥମ ଦକ୍ଷିଣ ସହର ହୋଇପାରିଛି ଯେଉଁଠାରେ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହୋଇଛି। ଏହି ଅବସରରେ କର୍ଣ୍ଣାଟକ ମନ୍ତ୍ରୀ ଏସ.ଟି ସୋମାଶେଖର ଏବଂ ବାଙ୍ଗାଲୋର ଅନ୍ତର୍ଜାତୀୟ […]
ବିଶ୍ୱର ସବୁଠାରୁ ବଡ ଯାତ୍ରୀବାହୀ ବିମାନ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial