ବାଙ୍ଗାଲୋର ଏୟାରପୋର୍ଟରେ ବିଶ୍ୱର ସବୁଠାରୁ ବଡ ଯାତ୍ରୀବାହୀ ବିମାନ

ବିଶ୍ୱର ସବୁଠାରୁ ବଡ ଯାତ୍ରୀବାହୀ ବିମାନ-1

ବାଙ୍ଗାଲୋର: ଦୁନିଆର ସବୁଠୁ ବଡ ଯାତ୍ରୀବାହୀ ବିମାନ ବାଙ୍ଗାଲୋର ବିମାନବନ୍ଦରରେ ଅବତରଣ କରିଛି। ଏମିରେଟ୍ସ ଦ୍ୱାରା ପରିଚାଳିତ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ ଏୟାରବସ୍ ଏ୩୮୦ ଶନିବାର ବାଙ୍ଗାଲୋରର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଆଉ ଏହାପରେ ବାଙ୍ଗାଲୋର ଦେଶର ପ୍ରଥମ ଦକ୍ଷିଣ ସହର ହୋଇପାରିଛି ଯେଉଁଠାରେ ବିଶ୍ୱର ସର୍ବବୃହତ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହୋଇଛି। ଏହି ଅବସରରେ କର୍ଣ୍ଣାଟକ ମନ୍ତ୍ରୀ ଏସ.ଟି ସୋମାଶେଖର ଏବଂ ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନବନ୍ଦର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ହରି ମରାର ଏହି ମୁହୂର୍ତ୍ତକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଉପରେ ବିଶ୍ୱାସ ଥିବାରୁ ଏମିରେଟ୍ସକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।
ସେହିପରି ବିଆଇଏଏଲର ମୁଖ୍ୟ ବିକାଶ ଅଧିକାରୀ ସତ୍ୟକି ରଘୁନାଥ କହିଛନ୍ତି ଦକ୍ଷିଣ ଭାରତର ପ୍ରଥମ ସହର ଭାବେ ଏମିରେଟ୍ସର ଫ୍ଲାଗସିପ୍ ଏ୩୮୦ ସେବା ଉପଲବ୍ଧ ହୋଇଛି। ରଘୁନାଥ କହିଛନ୍ତି ଯେ ବିମାନର ଆଗମନ ବେଙ୍ଗାଲୁରୁ ବିମାନବନ୍ଦରରେ ପରିଚାଳନା ଦକ୍ଷତା ଏବଂ ଯାତ୍ରୀମାନଙ୍କ ଚାହିଦା ବଢ଼ୁଥିବାର ଦର୍ଶାଉଛି। ନୂତନ ଏ୩୮୦ ସେବା ଦୁବାଇ-ବାଙ୍ଗାଲୋର ମାର୍ଗରେ ଏକ ଉତ୍ତମ ଅଭିଜ୍ଞତା ପ୍ରଦାନ କରିବ। ସେହିପରି ଏମିରେଟସର ମୁଖ୍ୟ ବାଣିଜ୍ୟ ଅଧିକାରୀ ଅଦନନ୍ କାଜିମ୍ କହିଛନ୍ତି ଯେ ବାଙ୍ଗାଲୋର ଏବଂ କର୍ଣ୍ଣାଟକ ରାଜ୍ୟ ସହିତ ଆମେ ଏକ ବିଶେଷ ସମ୍ପର୍କ ବାଣ୍ଟିବୁ। ଦକ୍ଷିଣ ଭାରତର ଯାତ୍ରୀମାନଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଗେଟୱେରେ ଏ୩୮୦ ସେବାକୁ ଉପସ୍ଥାପନ କରି ଆମେ ଆନନ୍ଦିତ। ସୂଚନା ଥାଉ କି ଏମିରେଟ୍ସ ଫ୍ଲାଇଟ୍ ଇକେ ୫୬୨ ଶୁକ୍ରବାର ଦିନ ୧୦ଟା ସମୟରେ ଦୁବାଇ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା। ସମୁଦାୟ ଯାତ୍ରା ସମୟ ୩ ଘଣ୍ଟା ୫୨ ମିନିଟ ମଧ୍ୟରେ ୧୭୦୧ ମାଇଲ ଦୂରତା ଅତିକ୍ରମ କରିବା ପରେ ବିମାନଟି ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିଥିଲା।

Share Now:

Kalinga News Beuro

Next Post

ଇସ୍ତଫା ଦେଲେ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା

Sat Oct 15 , 2022
ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେ ବିଜୟ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚନ୍ଦନ କାଠ ଚୋରା ଚାଲାଣ କରିବା ସହ ଅନେକ ପୁଲିସ କର୍ମୀଙ୍କୁ ହତ୍ୟା କରି ଆତଙ୍କ ଖେଳାଇଥିବା ବିରାପ୍ପାନକୁ ହତ୍ୟା କରିଥିବା ଭେଟେରାନ ପୁଲିସ ଅଧିକାରୀ କେ ବିଜୟ କୁମାର ଆଜି ବ୍ୟକ୍ତିଗତ କାରଣରୁ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। […]
କେ ବିଜୟ କୁମାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial