ଦିଲ୍ଲୀର ଜଖୀରା ନିକଟରେ ମାଲ୍‌ବାହୀ ଟ୍ରେନ୍‌ର ୮ ୱାଗନ୍‌ ଧାରଣାଚ୍ୟୁତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଚାରା ମଣ୍ଡି ଅନ୍ତର୍ଗତ ଜଖୀରା ଫ୍ଲାଇଓଭର୍‌ ନିକଟରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ଅନ୍ୟୂନ ୮ଟି ୱାଗନ୍‌ ଧାରଣାଚ୍ୟୁତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବାକ୍ଷଣି ରେଳବାଇ ଅଧିକାରୀ ଟିମ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୱାଗନ୍‌ ସବୁ ଧାରଣାଚ୍ୟୁତ ହେଉଥିବା କଥା ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି। ରେଳ ଧାରଣା ଉପରେ ଧାରଣାଚ୍ୟୁତ ବଗି ସବୁ ପଡ଼ିଥିବା ଦୃଶ୍ୟ ଆଉ ଗୋଟାଏ ଭିଡିଓରେ ଦେଖାଯାଉଛି। ସଂଗୃହୀତ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ମାଲ୍‌ବାହୀ ଟ୍ରେନ୍‌ଟି ଗୁଡ଼ାଯାଇଥିବା ଲୁହା ଚାଦର ନେଇ ମୁମ୍ବାଇରୁ ଚଣ୍ଡୀଗଡ଼ ଅଭିମୁଖେ ଯାଉଥିଲା। ରେଳବାଇ ଡିସିପି କେପିଏସ୍‌ ମାଲହୋତ୍ରା କହିଛନ୍ତି, ଏହି ଅଘଟଣରେ କେହି ମୃତାହତ ହୋଇଥିବା ସମ୍ଭାବନା ଏଡ଼ାଇ ଦେଇ ହେବନାହିଁ। ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି। ଉତ୍ତରାଞ୍ଚଳ ରେଳବାଇ କହିଛି, ଆଜି ନୂଆଦିଲ୍ଲୀର ପଟେଲ୍‌ ନଗର-ଦୟାବସ୍ତି ସେକ୍‌ସନ୍‌ ଅଞ୍ଚଳରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଛି।

Share Now:

Kalinga News Beuro

Next Post

ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲା‌ : ୧୦ ବର୍ଷ ପରେ ଆସାମୀକୁ ଆଜୀବନ ସଜା

Sat Feb 17 , 2024
ଭୁବନେଶ୍ୱର: ୧୦ ବର୍ଷ ପରେ ବହୁ ଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ୍‌ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ଭୁବନେଶ୍ୱର ଏଡିଜେ-୧ କୋର୍ଟ ବିଚାରପତି ଜଷ୍ଟିସ୍‌ ଦେବାଶିଷ ରାଉତ ଆସାମୀ ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ ସ୍ନେହସ୍ୱାକ୍ଷର ସାମଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଜରିମାନା କରାଯାଇଛି ଏବଂ ଜରିମାନା ଅନାଦାୟ ହେଲେ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial