ରାସ୍ତାରେ ଯାଉଥିବା ବେଳେ ବାଇକ ଚାଳକଙ୍କୁ ମାଡ଼ି ବସିଲା ବାଘ

ବାଇକ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବାଘ ହେତୁ ‌କୋକୁଆ ଭୟ ଖେଳି ଯାଇଛି। ଗତ ରାତିରେ ବାଇକରେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ ବାଘ ଆକ୍ରମଣ କରିଥିଲା। ବାଇକ ଚଲାଉଥିବା ବେଳେ ହଠାତ ବାଘ ଆକ୍ରମଣ କରିବାରୁ ଚାଳକ ଭାରସାମ୍ୟ ରକ୍ଷା କରି ନପାରି ବାଇକ ସହ ରାସ୍ତାକୁ ଛିଟିକି ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ଶ୍ରମିକ ଓ ଅନ୍ୟଲୋକମାନେ ବାଘକୁ ଦେଖି ତାର ଉପରକୁ ପଥର ମାଡ଼ କରିଥିଲେ। ଲୋକଙ୍କ ହୋ ହାଲ୍ଲା ଶୁଣି ସ୍ଥାନୀୟଲୋକମାନେ ଘଟଣାସ୍ଥଳରୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ ବାଘ ‌ନିକଟସ୍ଥ ଜଙ୍ଗଲକୁ ଚମ୍ପଟ ମାରିଥିଲା। ସୌଭାଗ୍ୟବଶତଃ ବାଘ ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କ ଜୀବନ ରକ୍ଷା ପାଇଯାଇଥିଲା। ତେବେ ଲୋକମାନେ ଯେତେବେଳେ ଆହତ ଶ୍ରମିକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରୁଥିଲେ ବାଘ ପୁଣି ସେଠାକୁ ଆସିଥିଲା। ଆଉ ଏକାଠି ଏତେ ଲୋକଙ୍କୁ ଦେଖି ଆକ୍ରମଣ କରିବାକୁ ସାହାସ କରି ନଥିଲା। କିଛିସମୟ ଉକ୍ତ ସ୍ଥାନରେ ବୁଲିବା ପରେ ପୁଣି ଜଙ୍ଗଲକୁ ଚାଲି ଯାଇଥିଲା। ଏହି ଭୟାବହ ଘଟଣାର ଭିଡିଓ ସେହି ସମୟରେ ଜଣେ ଶ୍ରମିକ ତାଙ୍କ ଫୋନରେ କୈଦ କରି ନେଇଥିଲେ। ଏହି ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି।

Share Now:

Kalinga News Beuro

Next Post

ନବୀନଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି

Tue Feb 8 , 2022
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବାବେଳେ ମୋଦୀ କହିଛନ୍ତି ଯେ ଖଣି ଓ କୋଇଲା କ୍ଷେତ୍ରରେ କେନ୍ଦ୍ର ସରକାର ଆଣିଥିବା ସଂସ୍କାରକୁ ନବୀନ ପଟ୍ଟନାୟକ ଓଡ଼ିଶାରେ ଠିକଭାବେ କାର୍ଯ୍ୟକାରୀ କରିଛନ୍ତି। ତେବେ ନବୀନଙ୍କୁ ମୋଦୀ ପ୍ରଥମ ଥର ପାଇଁ ପ୍ରଶଂସା କରିନାହାନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ମୋଦୀ ନବୀନଙ୍କ […]
ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial