ମୁମ୍ବାଇର ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଡୋମ୍ବିଭଲି ଲୋଧା ଫେଜ୍-୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ରୁ ୬ ମହଲା ବିଶିଷ୍ଟ ଏକ ଗ୍ୟାଲେରୀ ଜଳି ଯାଇଛି। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ୱସ୍ତିର ଖବର ହେଉଛି ଯେ ଲୋକମାନେ କୋଠାର କେବଳ ତୃତୀୟ ମହଲା ପର୍ଯ୍ୟନ୍ତ ରହୁଥିଲେ। ଅଗ୍ନିକାଣ୍ଡ ପରେ ଏଠାରେ ରହୁଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।
ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ନିଆଁ ଏତେ ତୀବ୍ର ଥିଲା ଯେ ଏହା ଖୁବ୍ ଶୀଘ୍ର ଉପର ମହଲାକୁ ବ୍ୟାପିଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିଲ୍ଡିଂରୁ ଭୟଙ୍କର ନିଆଁ ବାହାରୁଛି। ଅଗ୍ନିଶମ ବାହିନୀର ଟିମ୍ ଦମକଳ ଗାଡି ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି। ଘଟଣାସ୍ଥଳରେ ଏବେ ବି ୩ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ରହିଛି। କିଛିଦିନ ତଳେ ମୁମ୍ବାଇର ଗିରଗାଁଓ ଚୌପାଟିରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ନିଆଁ ଲାଗିଥିଲା, ଯେଉଁଥିଲେ କିଛି ଲୋକ ପ୍ରାଣ ହରାଇଥିଲେ ଓ ଆଉ କିଛି ଆହତ ହୋଇଥିଲେ।

Share Now:

Kalinga News Beuro

Next Post

ବିଶ୍ୱସ୍ତରୀୟ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ

Sat Jan 13 , 2024
ସହଯୋଗର ହାତ ବଢ଼ାଇଲା ଓଡ଼ିଶା ଖଣି ନିଗମ, ୨୦୨୫ରେ ସରିବ ଭୁବନେଶ୍ୱର: ନୂଆ ରୂପ ନେବ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ୱ ବିଭାଗ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ବ୍ୟାବହାରିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି ବିଭାଗର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମିଳିତ ଭାବେ ଏହି ବିଭାଗର ଉନ୍ନତୀକରଣ କରିବେ। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧୯ କୋଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial