କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାଗଣାରେ ଦିଆଯିବ କରୋନା ଟିକା

ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର। କେବେ ସମସ୍ତଙ୍କୁ ମିଳିବ ଟିକା। ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର ବିମର୍ଶ କରିବାରେ ଲାଗିଛନ୍ତି। ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ ଠାରୁ ଟଙ୍କା ଆଦାୟ କରିବେ। ଯଦି ଟଙ୍କା ଆଦାୟ କରିବେ ତେବେ ପ୍ରତି ଡୋଜକୁ ତାକୁ କେତେ ଟଙ୍କା ଦେବାକୁ ପଡିବ। ଏବାବଦରେ ତା ପରିବାର ପାଇଁ ମୋଟ କେତେ ଟଙ୍କା ଲାଗିବ। ଯଦି ଟିକା ମହଙ୍ଗା ହୁଏ ତେବେ ସେ ତା ପରିବାରର ସମସ୍ତ ସଦ୍ୟସ୍ୟଙ୍କ ପାଇଁ ଟିକା କିଣିପାରିବ ତ ? ଏଭଳି ଅନେକ ଚିନ୍ତା ସାଧାରଣ ନାଗରିକଙ୍କୁ ସମସ୍ତଙ୍କୁ ଘାରିଛି। ଏହାରି ମଧ୍ୟରେ ଭାରତର ୫ ଟି ରାଜ୍ୟ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମେ ବିହାର ନିର୍ବାଚନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ କି ବିହାରରେ ବିଜେପି ଓ ଜେଡିୟୁ ସରକାର ଗଠନ କଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ। ଏବେ ସେଠାରେ ବିଜେପି ଜେଡିୟୁକୁ ଲୋକମାନେ ବହୁମତ ଦେଇଥିବାରୁ ନିର୍ମଳାଙ୍କ ମାୟାରେ ଛନ୍ଦି ହୋଇ ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେହିପରି କେରଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି କି, ଏହି ଟିକା ନେବା ବେଳେ କେରଳବାସୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଯଦି କେନ୍ଦ୍ର ସରକାର ଟିକା ବାବଦକୁ ଅର୍ଥ ନିଅନ୍ତି ତାହେଲେ ସେ ଅର୍ଥ କେରଳ ସରକାର ବହନ କରିବେ। ସେପଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି ପଲାନିସ୍ୱାମୀଙ୍କ ସରକାର ବି ତାମିଲନାଡୁରେ ସମ୍ପୁର୍ଣ୍ଣ ମାଗଣା ଟିକାକରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ମାଗଣା ଟିକା ଦେବା ନେଇ ଘୋଷଣା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ୩୦ ରାଜ୍ୟ ମଧ୍ୟରୁ ୫ ଟି ରାଜ୍ୟ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଥିବା ବେଳେ ଅନ୍ୟ ରାଜ୍ୟସରକାରମାନେ ଟିକା ଆସିବା ପୂର୍ବରୁ ଏନେଇ ଘୋଷଣା କରୁଛନ୍ତି ନା କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Share Now:

Kalinga News Beuro

Next Post

ଅବାଧରେ ଚାଲିଛି ସରକାରୀ ଜମି ବିକ୍ରି ବିଜ୍ଞାପନ : ଗୁଣ୍ଠ ଲକ୍ଷେ ଦଶ, ବର୍ଗଫୁଟ ହଜାରେ

Sun Dec 13 , 2020
ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ବସ୍ତିରେ ବାହୁବଳୀମାନେ ସରକାରୀ ଜମି ଜବରଦଖଲ କରିବା ପରେ ପ୍ଲଟିଂ କରି ବିକ୍ରି କରୁଥିବା କଥା କାହାକୁ ଅଛପା ନାହିଁ। ବହୁ ଛଦ୍ମବେଶୀ ସମାଜସେବୀ ମଧ୍ୟ ବସ୍ତିମାନଙ୍କରେ ସରକାରୀ ଜମି ଜବରଦଖଲ କରିବା ସହ ସେଥିରେ ଘର କରି ଭଡ଼ାରେ ଲଗାଇଛନ୍ତି। ବସ୍ତି ନେତା ଭାବେ ନିଜକୁ ଦାବି କରୁଥିବା ଏମିତି ବହୁ ବେପାରୀ ରାଜଧାନୀର ବିଭିନ୍ନ ବସ୍ତିରେ ଆସ୍ଥାନ ଜମାଇ ବସିଛନ୍ତି। କିନ୍ତୁ […]
ଓଏଲ୍‌ଏକ୍ସରେ ସରକାରୀ ଜମି ବିକ୍ରି ବିଜ୍ଞାପନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial