ଠିକାଦାରଙ୍କ ଗାଡ଼ି ଉପରେ ଆୟକର ବିଭାଗ ଚଢ଼ାଉ : ମିଳିଲା ୫ କୋଟି

ଭୁବନେଶ୍ୱର: ନିର୍ବାଚନ ସମୟରେ ଆୟକର ବିଭାଗ ଓ ପୁଲିସ ଅଧିକ ସକ୍ରିୟ ରହିଛନ୍ତି। ଆୟଗର ବିଭାଗ ଗାଡ଼ି ଯାଞ୍ଚ ବେଳେ ଏକ ଦାମୀ କାର୍‌ ଭିତରୁ ୫କୋଟି ଟଙ୍କା ଠାବ କରିଛି। ଭୁବନେଶ୍ୱର ସୂର୍ଯ୍ୟନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକ ଫର୍ଚୁନର ଗାଡ଼ିରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଚଢ଼ାଉ କରାଯାଇଥିଲା। ଜବତ ଟଙ୍କା ଯାଜପୁର ଅଞ୍ଚଳର ଜଣେ ଠିକାଦାରଙ୍କର ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଠିକାଦାରଙ୍କ ନା ନିହାର ରଞ୍ଜନ। ଠିକାଦାର ନିହାର ରଞ୍ଜନଙ୍କ ଯାଜପୁର ବାସଭବନରେ ଆୟକର ବିଭାଗ ଏବେ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ, ଗତକାଲି ପୁଲିସ ଚେକିଂ ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ମଧ୍ୟ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା। କାର୍‌ଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୁଲିସ ଚେକିଂ ବେଳେ ଧରାପଡ଼ିଥିଲା।

Share Now:

Kalinga News Beuro

Next Post

ପାଣି ପାଇଁ ମହିଳାଙ୍କ ରାସ୍ତାରୋକ : ୨୪ ଘଣ୍ଟା ବଦଳରେ ୨୪ ମିନିଟ୍‌ ପାଣି ଦିଅନ୍ତୁ

Tue May 14 , 2024
ଭୁବନେଶ୍ୱର: ସବୁ ଘରକୁ ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ପ୍ରତି ଘରେ ଟ୍ୟାପ୍‌ ମଧ୍ୟ ଲଗାଇଲେ। କିନ୍ତୁ ଟ୍ୟାପରେ ପାନୀୟ ଜଳ ଆସିଲା ନାହିଁ। ତେଣୁ ୨୪ ଘଣ୍ଟା ପାଣି ନ ଦେଲେ ନାହିଁ, ଦିନକୁ ୨୪ ମିନିଟ ହେଲେ ପାଣି ଦିଅନ୍ତୁ ବୋଲି ଦାବିକରି ଆଜି ବିଶେଶ୍ୱର ବସ୍ତିର ମହିଳାମାନେ ରାସ୍ତାରୋକ କରିଛନ୍ତି। ୩ଦିନ ଧରି ପାଣି ନ ଆସିବାରୁ ୪୦୦ରୁ ଅଧିକ […]

ଆହୁରି ପଢ଼ନ୍ତୁ