ପାକିସ୍ତାନରୁ ଚୀନ୍‌ ଯାଉଥିବା ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ

ପାକିସ୍ତାନ ପଣ୍ୟବାହୀ ପୋତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ

ନୂଆଦିଲ୍ଲୀ: ପାକିସ୍ତାନରୁ ତେଜଷ୍କ୍ରିୟ ସାମଗ୍ରୀ ନେଇ ଚୀନ୍‌ ଅଭିମୁଖେ ଯାଉଥିବା ‌ଗୋଟାଏ ପଣ୍ୟବାହୀ ପୋତକୁ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଜବତ କରାଯାଇଥିବା କଥା ଶୁକ୍ରବାର ଦିନ ଭାରତୀୟ ସରକାରୀ ଅଧିକାରୀମାନେ କହିଛନ୍ତି। ଆଦାନୀ ବନ୍ଦର ରିଲିଜ୍ କରିଥିବା ବିବୃତି ଅନୁସାରେ, ‘ଅଘୋଷିତ ବିପଜ୍ଜନକ ମାଲ୍‌’ ରହିଥିବା ସନ୍ଦେହ କରି କେତେଗୁଡ଼ିଏ ବାକ୍ସରେ ଭର୍ତ୍ତି ହୋଇଥିବା ଏହି ପଣ୍ୟଗୁଡ଼ିକୁ ‘କଷ୍ଟମ୍ସ୍‌’ ଓ ‘ଡିଆର୍‌ଆଇ’ ଟିମ୍ ମିଳିତ ଭାବେ ଗୋଟାଏ ବିଦେଶୀ ପୋତରୁ ଜବତ କରିଛନ୍ତି। ସୂଚନାଯୋଗ୍ୟ, ମୁନ୍ଦ୍ରା ବନ୍ଦରକୁ ଆଦାନୀ ବନ୍ଦର ଏବଂ ‘ଏସ୍‌ଇଜେଡ୍‌’ ପରିଚାଳନା କରୁଛନ୍ତି। ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ପଣ୍ୟ ସାମଗ୍ରୀଗୁଡ଼ିକ ‘ଅଣ ବିପଜ୍ଜନକ’ ବୋଲି ତାଲିକାଭୁକ୍ତ ହୋଇଥିଲେ ବି ଜବତ ପଣ୍ୟ ଦ୍ରବ୍ୟଗୁଡ଼ିକ ‘ବିପଜ୍ଜପକ ଶ୍ରେଣୀ-୭’ ଚିହ୍ନିତ ହୋଇଛି। ଯାହା ତେଜଷ୍କ୍ରିୟ ସାମଗ୍ରୀକୁ ସୂଚାଏ। ବିବୃତିରେ ଆହୁରି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି ଯେ, ଉକ୍ତ ପଣ୍ୟଦ୍ରବ୍ୟ ଭରା ବାକ୍ସଗୁଡ଼ିକ ମୁନ୍ଦ୍ରା ବନ୍ଦର କିମ୍ବା ଅନ୍ୟ କୌଣସି ଭାରତୀୟ ବନ୍ଦରକୁ ଆସି ନ ଥିଲା। ପୋତଟି ପାକିସ୍ତାନର କରାଚିରୁ ଚୀନ୍‌ର ସଙ୍ଘାଇ ଅଭିମୁଖେ ଯାଉଥିଲା। ଅଧିକ ତଦନ୍ତ ନିମନ୍ତେ ଭାରତୀୟ ସରକାରୀ ଅଧିକାରୀମାନେ ମୁନ୍ଦ୍ରା ବନ୍ଦରରେ ଉକ୍ତ ପୋତରୁ ମାଲ୍‌ ସବୁ ଖଲାସ କରିଛନ୍ତି।

Share Now:

Kalinga News Beuro

Next Post

ଆଦିବାସୀ ସମାଜର ଅଦ୍ଭୁତ ନିୟମ: ଗାଈ ପାଳିବେ, କ୍ଷୀର ଦୁହିଁବା ମନା

Sat Nov 20 , 2021
ମାଲକାନଗିରି: ଆଧୁନିକ ଯୁଗର ଦ୍ବାହି ଦେଇ ମଣିଷ ଯେତେ ଆଗକୁ ବଢୁଥିଲେ ମଧ୍ୟ ଅନ୍ଧବିଶ୍ବାସର ଫାସରୁ ସେ ଆଦୌ ମୁକୁଳି ପାରୁନାହିଁ। କ୍ଷୀପ୍ର ଗତିରେ ଆଗକୁ ବଢିଚାଲିଥିବା ମଣିଷ ଅନେକ ସମୟରେ ପୁରୁଷ ପୁରୁଷ ଧରି ଗଢି ଆସୁଥିବା ବିଶ୍ବାସକୁ ବା ଅନ୍ଧବିଶ୍ବାସକୁ ନିଜ ଭିତରୁ ଦୂରେଇ ପାରୁନାହିଁ। ବିଶେଷକରି ଆଦିବାସୀ ସମାଜରେ ଏହାର ପ୍ରଭାବର ବହୁ ପରିମାଣରେ ଆଜି ବି ଦେଖିବାକୁ ମିଳିଛି। ଯୁଗ ସହ ତାଳ ମିଳାଇ […]
ଗାଈ ପାଳିବେ, କ୍ଷୀର ଦୁହିଁବା ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial