ଇଞ୍ଜିନରେ ସମସ୍ୟା : ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଇଞ୍ଜିନରେ ସମସ୍ୟା ହେତୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ। ଇଣ୍ଡିଗୋର ଦିଲ୍ଲୀ-ଡେରାଡୁନ୍ ବିମାନର ଇଞ୍ଜିନ ବିଫଳତା ହେତୁ ଦିଲ୍ଲୀର ଆଇଜି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଇଣ୍ଡିଗୋର ବିମାନ ବୁଧବାର ଦିଲ୍ଲୀରୁ ଉତ୍ତରାଖଣ୍ଡର ଡେରାଡୁନ୍ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ କିଛି ସମୟ ପରେ ବିମାନଟି ପୁଣି ଦିଲ୍ଲୀର ଆଇଜି ବିମାନବନ୍ଦରକୁ ଫେରି ଆସିଥିଲା। ଏହି ଘଟଣା ପରେ ଇଣ୍ଡିଗୋ ଏକ ବିବୃତି ଜାରି କରି କହିଛି ଯେ ଯାନ୍ତ୍ରିକ ତ୍ରୁଟି ହେତୁ ଯାତ୍ରୀଙ୍କୁ ନେଇ ବିମାନଟି ଦିଲ୍ଲୀ ଫେରିଛି। ନିୟମ ଅନୁଯାୟୀ, ପ୍ରଥମେ ଏଟିସିକୁ ଏନେଇ ସୂଚନା ଦେଇଥିଲେ ପାଇଲଟ୍ ଏବଂ ପ୍ରାଥମିକ ଅବତରଣ ପାଇଁ ଅନୁରୋଧ କରିଥିଲେ। ଅନୁମତି ମିଳିବା ପରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ତେବେ ଗତ କିଛି ଦିନ ହେଲାଣି ବିମାନରେ ତ୍ରୁଟି ହେବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସରେ, ଅନ୍ୟ ଏକ ଇଣ୍ଡିଗୋ ବିମାନ ଉଡ଼ିବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ଘଟଣାଟି ଜୁନ୍ ୧୦ରେ ଘଟିଥିଲା। ଦିଲ୍ଲୀରୁ ଚେନ୍ନାଇକୁ ଉଡ଼ାଣ କରିଥିବା ଏକ ଇଣ୍ଡିଗୋ ବିମାନ ଇଞ୍ଜିନ୍ ବିଫଳତା ହେତୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା।

Share Now:

Kalinga News Beuro

Next Post

ସହର ଭିତରେ ହାତୀ : ଶିଖରଚଣ୍ଡୀ ପାହାଡ଼ ନିକଟରେ କରୁଛନ୍ତି ଉତ୍ପାତ

Wed Jun 21 , 2023
ଲୋକେ ଡାକିଲେ ଆସୁନାହାନ୍ତି ବନ କର୍ମଚାରୀ ଚନ୍ଦ୍ରଶେଖରପୁର: ଡ୍ୟୁଟିରେ ଅଛନ୍ତି ବନ କର୍ମଚାରୀ। ମାତ୍ର ଜଙ୍ଗଲ ମାଟି ମାଡ଼ୁନାହାନ୍ତି। କେଉଁ ବାଟରେ ଶିକାରୀ ଜଙ୍ଗଲକୁ ପଶୁଛନ୍ତି ତାହା ଉପରେ କାହାର ଦୃଷ୍ଟି ନାହିଁ। ହାତୀ, ବାଘ, ଭାଲୁ କୁଆଡ଼େ ଗଲେ, କାହାକୁ ମାରିଲେ ତାହା ଉପରେ ମଧ୍ୟ ସେମାନଙ୍କର ନଜର ନାହିଁ। ନିଜ ସୁରକ୍ଷା ଦାବିରେ ବନ କର୍ମଚାରୀମାନେ ପ୍ରତୀକାତ୍ମକ ଧର୍ମଘଟକୁ ଓହ୍ଲାଇବା ପରେ ଏବେ ଓଡ଼ିଶା ଜଙ୍ଗଲରେ ଏମିତି […]
ଶିଖରଚଣ୍ଡୀ ପାହାଡ଼ ନିକଟରେ ହାତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial