୧୦୧ ପ୍ରକାର ଯୁଦ୍ଧାସ୍ତ୍ର ଆମଦାନି ବନ୍ଦ ହେବ: ପ୍ରତିରକ୍ଷା ମନ୍ତ୍ରୀ

ଆତ୍ମନିର୍ଭର ଭାରତ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

‘ଆତ୍ମନିର୍ଭର ଭାରତ’ ଯୋଜନାରେ ହିଁ ତିଆରି ହେବ ସାମରିକ ପରିବହନ ବିମାନ, ତୋପ, ବନ୍ଧୁକ

ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ ପଦକ୍ଷେପକୁ ସୁଦୃଢ଼ କରିବାପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ଉପକରଣର ସ୍ବଦେଶୀକରଣକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୦୧ ଯୁଦ୍ଧାସ୍ତ୍ର ଏବଂ ଏ ବାବଦ ଉପକରଣର ଆମଦାନି ବନ୍ଦ ହେବ। ଏଭଳି ଏକ ନିଷ୍ପତ୍ତିକୁ ଆଜି ଟ୍ବିଟ୍‌ କରି ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୧୦୧ଟି ଉପକରଣର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ବିଭିନ୍ନ ତୋପ, ବନ୍ଧୁକ, ପରିବହନ ବିମାନ ଓ ଅନ୍ୟ ଯୁଦ୍ଧାସ୍ତ୍ର ରହିଛି। ଏହାର ଆମଦାନି ଉପରେ ପ୍ରତିବନ୍ଧକ ଲଗାଯାଇଛି। ରାଜନାଥ କହିଛନ୍ତି, କିଛି ପ୍ରତିରକ୍ଷା ଉପକରଣର ଆମଦାନି ଉପରେ ପ୍ରତିବନ୍ଧକ ଲଗାଯିବା ସହ ଏହା ଆକଳନ କରାଯାଇଛି ଯେ, ଆସନ୍ତା ୬-୭ ବର୍ଷ ମଧ୍ୟରେ ସମସ୍ତ ବଡ଼ କଣ୍ଟ୍ରାକ୍ଟ୍‌ ସ୍ବଦେଶୀ ଶିଳ୍ପ ଅଧୀନରେ ରଖାଯିବ। ରାଜନାଥ କହିଛନ୍ତି ଏପ୍ରିଲ ୨୦୧୫ରୁ ଅଗଷ୍ଟ ୨୦୨୦ ମଧ୍ୟରେ ଏହିଭଳି ଉପକରଣଗୁଡ଼ିକର ପ୍ରାୟ ୨୬୦ଟି ଯୋଜନାକୁ ତିନି ସେନା ଦ୍ବାରା ହାରାହାରି ୩.୫ ଲକ୍ଷ କୋଟି ଟଙ୍କାରେ ଚୁକ୍ତି କରଯାଇଥିଲା। ତେବେ ଦେଶ‌ରେ ପ୍ରତିରକ୍ଷା ଶିଳ୍ପକୁ ଅଧିକ ସୁଦୃଢ଼ କରିବାପାଇଁ ଚଳିତ ଆର୍ଥିକ ବର୍ଷରେ ଘରୋଇ ପୁଞ୍ଜି କ୍ରୟ ପାଇଁ ୫୨ ହଜାର କୋଟି ଟଙ୍କାର ଏକ ଭିନ୍ନ ବଜେଟ୍‌ ପ୍ରସ୍ତୁତ କରାଯାଇଥିଲା। ଆର୍ଟିଲେରି ଗନ୍‌, ହାଲୁକା ଯୁଦ୍ଧ ହେଲିକପ୍ଟର, ସାମରିକ ପରିବହନ ବିମାନ, ଆସଲ୍ଟ ରାଇଫଲ୍‌, ରାଡାର, ଏଏଫ୍‌ଭି (ହୁଇଲ୍‌ଡ ଆର୍‌ମୋର୍‌ଡ ଫାଇଟିଙ୍ଗ୍‌ ଭେହିକଲ୍‌) ଏବଂ ଅନ୍ୟ ଅତ୍ୟାଧୁନିକ ବୈଷିୟକ ଉପକରଣ ସମେତ ୧୦୧ଟି ପ୍ରତିରକ୍ଷା ଉପକରଣର ଆମଦାନି ବର୍ତ୍ତମାନ ପାଇଁ ବନ୍ଦ ରହିଲା। ଭାରତର ସଂପୂର୍ଣ୍ଣ ନିଜସ୍ବ ବ୍ୟବସ୍ଥାରେ ଏହାର ନିର୍ମାଣ ହେବ ବୋଲି ରାଜନାଥ କହିଛନ୍ତି। ଡିସେମ୍ବର ୨୦୨୦ରୁ ଏହି ୧୦୧ ଉପକରଣରୁ ପ୍ରଥମେ ୬୯ଟି ଉପକରଣ ଆମଦାନି ବନ୍ଦ କରାଯିବ ବୋଲି ରାଜନାଥ କହିଛନ୍ତି।

Share Now:

Kalinga News Beuro

Next Post

ତଥ୍ୟ ଲୁଚାଉଛି କିଏ ? ରାଜଧାନୀର ୭୯ ରୋଗୀଙ୍କ ମିଳୁନି ସୂଚନା

Mon Aug 10 , 2020
ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲାପାଳ, ବିଏମ୍‌ସି ତଥ୍ୟ‌‌ରେ ତାଳମେଳ ନାହିଁ ଭୁବନେଶ୍ୱର : କରୋନା ସଂକ୍ରମିତଙ୍କ ସୂଚନା ନେଇ ସୂଚନା ଓ ଲୋକସଂପର୍କ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ବିଏମ୍‌ସିର ତଥ୍ୟରେ ତାଳମେଳ ରହୁନି। ପ୍ରତିଦିନ ଜିଲ୍ଲାରୁ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ସେ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଉଛି। ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ନିଜ ନିଜ […]
ତଥ୍ୟ ଲୁଚାଉଛି କିଏ ?

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial