ବିମୁଦ୍ରାୟନକୁ ବିରୋଧ କରି ଆଗତ ପିଟିସନ୍‌ର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ବିମୁଦ୍ରାୟନକୁ ବିରୋଧ କରି ଆଗତ ପିଟିସନ୍‌ର ଶୁଣାଣି

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିବା ଲାଗି ୬ ବର୍ଷ ତଳେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଚାଲେଞ୍ଜ୍ କରି ଦାଏର ହୋଇଥିବା କେତେଗୁଡ଼ିଏ ପିଟିସନ୍‌ର ଶୁଣାଣି କରିବା ପରେ ଆଜି ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା ‘ଲାଇଭ୍‌ ଲ’ ରିପୋର୍ଟ କରିଛି। ବିଚାରପତି ଏସ୍‌. ଅବ୍ଦୁଲ୍‌ ନାଜୀର୍‌, ବି.ଆର୍‌. ଗୱାଇ, ଏ.ଏସ୍‌. ବୋପାନ୍ନା, ଭି. ରାମସୁବ୍ରମଣିୟାନ୍‌ ଏବଂ ବି. ଭି. ନାଗରତ୍ନାଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ୫୮ଟି ପିଟିସନ୍‌ ଉପରେ ଆଗତ ଯୁକ୍ତି ଶୁଣିଥିଲେ। ଏହି ମାମଲା ଉପରେ ଡିସେମ୍ବର ୧୦ ତାରିଖ ସୁଦ୍ଧା ଯୁକ୍ତିର ସାରାଂଶ ଲିଖିତ ଭାବେ ଦାଖଲ କରିବା ପାଇଁ ସମସ୍ତ ପକ୍ଷଙ୍କୁ ଅନୁମତି ଦେଇଛନ୍ତି। ଏହା ବ୍ୟତିରେକେ, ବିମୁଦ୍ରାୟନ ଘୋଷଣା ସଂକ୍ରାନ୍ତ ଆନୁସଙ୍ଗିକ ରେକର୍ଡ ମଧ୍ୟ ଦାଖଲ କରିବା ଲାଗି ଅଦାଲତ କେନ୍ଦ୍ର ସରକାର ଓ ଭାରତର ରିଜର୍ଭ ବ୍ୟାଙ୍କଙ୍କୁ କହିଛନ୍ତି। ଭାରତର ଆଟର୍ଣ୍ଣି ଜେନେରାଲ୍‌ ଆର୍‌. ଭେଙ୍କଟରମଣୀ କହିଛନ୍ତି ଯେ, କାଗଜପତ୍ରଗୁଡ଼ିକ ମୁଦା ଲଫାପାରେ ଦାଖଲ କରାଯିବ। ଶୁଣାଣି ସମୟରେ ଖଣ୍ଡପୀଠ କହିଲେ ଯେ, ବିମୁଦ୍ରାୟନ ଆର୍ଥିକ ନୀତିର ନିଷ୍ପତ୍ତି ହୋଇଥିବା ଦର୍ଶାଇ ସେମାନେ ଚୁପ୍‌ ରହିବେ ନାହିଁ। ‌ଯେଉଁ ଉପାୟରେ ବିମୁଦ୍ରାୟନ ନିଷ୍ପତ୍ତି ଗ୍ରହଣ କରାଗଲା ତାହାକୁ ସେମାନେ ପରୀକ୍ଷା କରିବେ। ବିମୁଦ୍ରାୟନ ନିଷ୍ପତ୍ତି ୬ ବର୍ଷ ତଳର ହୋଇଥିବାରୁ ଏହି ମାମଲାର ଶୁଣାଣି ନିମନ୍ତେ ପ୍ରଥମେ ଖଣ୍ଡପୀଠ କୁଣ୍ଠାବୋଧ କରୁଥିଲେ। କିନ୍ତୁ, ବରିଷ୍ଠ ଆଡ୍‌ଭୋକେଟ୍‌ ପି.ଚିଦମ୍ବରମ୍ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ପରେ ମାମଲାର ଶୁଣାଣି ପାଇଁ ଅକ୍ଟୋବର ୧୨ ତାରିଖ ଦିନ ଖଣ୍ଡପୀଠ ରାଜି ହୋଇଥିଲେ।

Share Now:

Kalinga News Beuro

Next Post

ସିଏମ୍‌ସି ଠାରୁ ୧୭ କୋଟି ନେଇ ଚୁପ୍ ବସିଛି ଏଏସ୍‌ଆଇ

Wed Dec 7 , 2022
ଭୁଲିଗଲା ଗଡ଼ଖାଇ ଖନନ, ‌ବୋଟିଂ ବ୍ୟବସ୍ଥା କଟକ: ପ୍ରାକୃତିକ ଜଳ ଉତ୍ସ ‘ଝର’ର ଅଭାବ ନାହିଁ। ବ‌ର୍ଷ ସାରା ଲହଡି ମାରୁଛି ପାଣି। ଲମ୍ବ, ଓସାର, ଗଭୀରତାରେ ବି କିଛି କମ୍ ନୁହେଁ। ଏଭଳି ପର୍ଯ୍ୟାପ୍ତ ପ୍ରାକୃତିକ ଭିତ୍ତିଭୂମି ଥିଲେ ମଧ୍ୟ ‘ଗଡଖାଇ’ ଅବହେଳିତ ହୋଇପଡ଼ିଛି। କେଉଁଠି ଦଳ ମାଡିଗଲାଣି ତ ଆଉ କେଉଁଠି ପୋତି ହେଲାଣି। ୧୦ବର୍ଷ ତଳେ ଆରମ୍ଭ ‌ହୋଇଥିବା ‘ଗଡ଼ଖାଇ’ର ଖନନ ଅଧା ହୋଇ ପଡ଼ିଛି। […]
୧୭ କୋଟି ନେଇ ଚୁପ୍ ବସିଛି ଏଏସ୍‌ଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial