ଲଦାଖରେ ଶାନ୍ତି ରଖ, ସଂପର୍କ ସୁଧୁରିବ : ଡୋଭାଲ୍

ଲଦାଖରେ ଶାନ୍ତି ରଖ

ଜୋହାନ୍ସବର୍ଗ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚୀନର ନବ ନିଯୁକ୍ତ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ସାକ୍ଷାତ କରିଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାକୁ ହେଲେ ଲଦାଖ ଭଳି ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରାଇ ଅଣାଯିବା ଉଚିତ୍ ବୋଲି ଡୋଭାଲ ଏହି ଅବସରରେ ୟିଙ୍କୁ ଜଣାଇଛନ୍ତି। ଜୋହାନେସବର୍ଗରେ ‘ଫ୍ରେଣ୍ଡସ୍ ଅଫ୍ ବ୍ରିକ୍ସ’ ବୈଠକ ଅବସରରେ ଅଜିତ ଡୋଭାଲ ଏବଂ ୱାଙ୍ଗ୍ ୟି ସୋମବାର ସାକ୍ଷାତ କରିଥିଲେ। ବୈଠକରେ ଡୋଭାଲ ଉଲ୍ଲେଖ କରିଛନ୍ତି ଯେ ଭାରତ-ଚୀନ ସୀମାର ପଶ୍ଚିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପରିସ୍ଥିତି ୨୦୨୦ ପରଠାରୁ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ଭରସା ଏବଂ ରାଜନୈତିକ ସମ୍ପର୍କକୁ ଦୁର୍ବଳ କରିଛି। ଏଣୁ ତାହାକୁ ସ୍ୱାଭାବିକ କରିବାକୁ ହେଲେ ପ୍ରଥମେ ଲଦାଖରେ ଶାନ୍ତି ରହିବା ଉଚିତ୍।
ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେଲା ନିଖୋଜ ଥିବା ଚୀନର ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗଙ୍କୁ ମନ୍ତ୍ରୀପଦରୁ ହଟାଇ ୱାଙ୍ଗ୍ ୟିଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ନିଯୁକ୍ତ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନ ଅନୁସାରେ ଭାରତ-ଚୀନ ସମ୍ପର୍କ ସୁଧାରିବା ଉପରେ ଦୁଇପକ୍ଷ ରାଜି ହୋଇଛନ୍ତି। କାରଣ ଏହି ସମ୍ପର୍କ କେବଳ ଏହି ଦୁଇ ଦେଶ ପାଇଁ ନୁହେଁ, ସମଗ୍ର ଏସିଆ ଓ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ।

Share Now:

Kalinga News Beuro

Next Post

ମାର୍କେଟ ବିଲ୍ଡିଂରେ ଥମୁନି ବିବାଦ : ନବମ ଦିନରେ ବି ଖୋଲିଲାନି ଦୋକାନ

Tue Jul 25 , 2023
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାଂଲାଦେଶୀ ଫେରିବାଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଂଲାଦେଶରୁ ଆସି ଏହି ବ୍ୟବସାୟୀମାନେ ବିନା ପଞ୍ଜୀକରଣରେ ବେପାର ପସରା ମେଳାଉଛନ୍ତି। ଫଳରେ ପଞ୍ଜିକୃତ ଉଠାଦୋକାନୀମାନେ ଶୋଷଣର ଶିକାର ହେଉଛନ୍ତି। ସୂଚନାଯୋଗ୍ୟ, ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ମାର୍କେଟ ବିଲ୍ଡିଂ ମଙ୍ଗଳବାର ଦିନ ନବମ ଦିନରେ ବି ବନ୍ଦ ରହିଛି। ସ୍ଥାୟୀ-ଉଠାଦୋକାନୀ ବିବାଦ ଶେଷ ହେଉନଥିବା ବେଳେ ବ୍ୟବସାୟ ବନ୍ଦ ପଡ଼ିଛି। ସପ୍ତାହେ ମଧ୍ୟରୁ ପ୍ରାୟ୧୫କୋଟିରୁ ଉର୍ଦ୍ଧ୍ଵ […]
ମାର୍କେଟ ବିଲ୍ଡିଂରେ ଥମୁନି ବିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial