ପ୍ରସବ ସମୟରେ କଟିଗଲା ଶିଶୁର ମୁଣ୍ଡ, ଗର୍ଭରେ ରହିଗଲା ଗଣ୍ଡି

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ନବଜାତର ମୁଣ୍ଡ କଟିଯାଇଛି | ନବଜାତର ମୁଣ୍ଡଟି କଟିଯାଇ ଡାକ୍ତରଙ୍କ ହାତକୁ ଆସିଯାଇଥିବା ବେଳେ ଗଣ୍ଡିଟି ମା‘ର ପେଟରେ ହିଁ ରହିଯାଇଛି | ଏହି ଘଟଣାଟି ନାଗରକୁରନୁଲ ଜିଲ୍ଲାର ଅଛମପେଟ ହସ୍ପିଟାଲରେ ଘଟିଛି | କେବଳ ଏତିକି ନୁହେଁ, ଏହି ଘଟଣା ବାବଦରେ ମହିଳାଙ୍କ ପରିବାର ଲୋକଙ୍କୁ କିଛି ନ ଜଣାଇ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି | ଘଟଣା ବାବଦରେ ଜଣାପଡିବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ନାଗରକୁରନୁଲ ଜିଲ୍ଲାରେ ରହୁଥିବା ସ୍ଵାତୀ ନାମ୍ନୀ ମହିଳାଙ୍କ ସହ ଏହି ଦୁଃଖଦ ଘଟଣା ଘଟିଛି |
ସ୍ଵାତୀଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୧୮ ତାରିଖରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଅଛମପେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତିନିଜଣ ଡାକ୍ତର ସ୍ଵାତୀଙ୍କ ଅସ୍ତ୍ରୋପଚାର କରିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହେଉଥିବା କହି ତୁରନ୍ତ ହାଇଦ୍ରାବାଦ ନେଇଯିବାକୁ ପରିବାର ଲୋକଙ୍କୁ କହିଥିଲେ | ଏହା ପରେ ସ୍ଵାତୀଙ୍କୁ ହାଇଦ୍ରାବାଦର ପେଟାଲବୁରଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏଠାରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା |
ଏହି ହସ୍ପିଟାଲର ଡାକ୍ତରମାନେ କହିଥିଲେ ଯେ ପୂର୍ବରୁ ନବଜାତର ମୁଣ୍ଡଟି କଟିଯାଇଥିଲା, ଏବେ କେବଳ ଗଣ୍ଡି ହିଁ ମା’ ଗର୍ଭରେ ରହିଛି | ଏଠାକାର ଡାକ୍ତରମାନେ ତୁରନ୍ତ ସ୍ଵାତୀଙ୍କ ଅପରେସନ କରାଇ ତାଙ୍କ ପେଟରୁ ଗଣ୍ଡିଟିକୁ କାଢିଥିଲେ, ଯାହାଦ୍ୱାରା ସ୍ଵାତୀଙ୍କ ଜୀବନ ବଞ୍ଚିଯାଇଥିଲା | ପରିବାର ପକ୍ଷରୁ ଅଛମପେଟର ଡାକ୍ତରଙ୍କ ବିରୋଧରେ ପୁଲିସ ପାଖରେ ଅଭିଯୋଗ କରାଯାଇଛି | ଏହି ମାମଲାରେ ଅପରେସନ କରିଥିବା ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିବାବେଳେ ନାଗରକୁରନୁଲ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି |

Share Now:

Kalinga News Beuro

Leave a Reply

Next Post

ବିଜେପି ପାଦ ତଳୁ ମାଟି ଖସୁଛି:୨୨ ମାସରେ ଖସିଲାଣି ୩୬% ଅଞ୍ଚଳ

Tue Dec 24 , 2019
ନୂଆଦିଲ୍ଲୀ: ବିଜେପି ପାଦ ତଳୁ ମାଟି ଖସିବାରେ ଲାଗିଛି। ଆଜି ପ୍ରକାଶିତ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳରେ ବିଜେପି ନିରାଶ ହୋଇଛି। ୫ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେପି ହାତରୁ ଝାଡ଼ଖଣ୍ଡ ଖସିଯାଇଛି। ୨୦୧୮ ମାର୍ଚ୍ଚ ବେଳକୁ ବିଜେପି ଏବଂ ତାହାର ସହଯୋଗୀ ଦଳ ଗୁଡ଼ିକ ଦେଶର ପାଖାପାଖି ୭୦ ପ୍ରତିଶତ ଭୌଗୋଳିକ ଅଞ୍ଚଳରେ ଶାସନ କରୁଥିଲେ। ତେବେ ଆଜି ଝାଡ଼ଖଣ୍ଡ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial