ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି। କେବଳ ସଂଖ୍ୟାଲଘୁ ଶିଖ, ହିନ୍ଦୁ ବା ଖ୍ରୀଷ୍ଟିଆନ ନୁହେଁ, ମୁସଲମାନମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି। ଏହା ଫଳରେ ହଜାର ହଜାର ଆଫଗାନ ଶରଣାର୍ଥୀ ବିଶ୍ବର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି। ଭାରତ ଆଫଗାନିସ୍ତାନବାସୀଙ୍କ ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ ଆସିଛି। ଆଜି ଭାରତର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଆଫଗାନିସ୍ତାନରେ ଥିବା ସବୁ ଭାରତୀୟଙ୍କୁ ନିରାପଦରେ ଭାରତ ଫେରାଇ ଅଣାଯିବ। କେବଳ ଭାରତୀୟ ନାଗରିକ ନୁହଁନ୍ତି, ଆଫଗାନିସ୍ତାନର ନାଗରିକଥିବା ଶିଖ ଓ ହିନ୍ଦୁମାନଙ୍କୁ ଭାରତ ଅଣାଯିବ। ସେ କହିଛନ୍ତି ଯେ ସ୍ବତନ୍ତ୍ର ଇ-ଭିସା ବ୍ୟବସ୍ଥା ଆରମ୍ଭ ହେବାର ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ ୧୧୦୦ ଭିସା ଆବେଦନ ଆସିଛି। ଅନ୍ୟପକ୍ଷରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଆଫଗାନିସ୍ତାନରେ ଫସିଥିବା ସବୁ ଭାରତୀୟଙ୍କୁ ଫେରାଇ ଅଣାଯିବ। ସୂଚନାଯୋଗ୍ୟ ଯେ, ଆଫଗାନ ଶରଣାର୍ଥୀମାନଙ୍କ ପାଇଁ ସ୍ବତନ୍ତ୍ର ଇ-ଭିସା ବ୍ୟବସ୍ଥା କରିଛନ୍ତି ଭାରତ ସରକାର। ଏହାର ନାମ ରଖାଯାଇଛି ଇ-ଏମର୍ଜେନ୍ସି ଏକ୍ସ-ମିସ ଭିସା’। ଏହା ମାଧ୍ୟମରେ ଧର୍ମସମ୍ପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ। ଏହି ନୂଆ ଇ-ଭିସା ବ୍ୟବସ୍ଥା ଅନୁସାରେ ଧର୍ମସଂପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ।
ଆଫଗାନ ଜନ୍ମିତ ହିନ୍ଦୁ ଓ ଶିଖମାନଙ୍କୁ ବି ଭାରତ ଅଣାଯିବ : ଗୃହ ରାଷ୍ଟ୍ରମନ୍ତ୍ରୀ

Share Now: