ନୂଆଦିଲ୍ଲୀ: ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବୃଦ୍ଧାଙ୍କୁ ହାତରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ କନଷ୍ଟେବଳ। ମୁମ୍ବାଇ ପୁଲିସର ଜଣେ କନଷ୍ଟେବଳ ଏଭଳି କାମ କରି ଏବେ ପ୍ରଶଂସା ସାଉଁଟିଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ବୃଦ୍ଧା ଗୁରୁତର ହୋଇପଡ଼ିଥିଲେ। ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ବି ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଏହା ପରେ ବୃଦ୍ଧାଙ୍କ ଅବସ୍ଥା ଦେଖି ପୁଲିସ କନଷ୍ଟେବଳ ହାତରେ ବୋହି ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ ବୋଲି ଜଣାପଡ଼ିଛି। କନଷ୍ଟେବଳଙ୍କ ନାମ ସନ୍ଦୀପ ବକଚୌରେ ବୋଲି ଜଣାପଡ଼ିଥିବା ବେଳେ ମୁମ୍ବାଇ ପୁଲିସ ଏକ୍ସରେ ତାଙ୍କର ଏକ ଫଟୋ ସେୟାର କରିଛି, ଯେଉଁଥିରେ ସେ ବୃଦ୍ଧାଙ୍କୁ ହାତରେ ବୋହି ନେଉଥିବା ଦେଖାଯାଇଛି। କୁହାଯାଉଛି ଯେ, ୬୨ବର୍ଷୀୟା ମହିଳା ନିଜ ସ୍ୱାମୀଙ୍କୁ ଭେଟିବାକୁ ଯାଉଥିବାବେଳେ ରାସ୍ତାରେ ତାଙ୍କୁ ଦୁଇ ଚକିଆ ଯାନ ଧକ୍କା ଦେଇଥିଲା। ଏହା ପରେ ଉପସ୍ଥିତ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ବକଚୌରେ ତୁରନ୍ତ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ଏବଂ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ତାଙ୍କୁ ଉଠାଇ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ମୁମ୍ବାଇ ପୁଲିସ ତାଙ୍କର ଫଟୋ ପୋଷ୍ଟ କରି ଲେଖିଛି ଯେ, ସବୁବେଳେ ଡ୍ୟୁଟିରେ ଅଗଷ୍ଟ ୧୬ରେ, ଡାକ୍ତରଖାନାରେ ସ୍ୱାମୀଙ୍କୁ ଭେଟିବାକୁ ଯାଉଥିବା ୬୨ବର୍ଷ ବୟସ୍କା ମହିଳା ରାସ୍ତା ପାର ହେଉଥିବା ବେଳେ ଦୁଇ ଚକିଆ ଯାନ ତାଙ୍କୁ ଧକ୍କା ଦେଇଥିଲା। ଡ୍ୟୁଟିରେ ଥିବା ସନ୍ଦୀପ ବକଚୌରେ ତୁରନ୍ତ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ଯାହା ଦ୍ୱାରା ତାଙ୍କ ଜୀବନ ରକ୍ଷା କରାଯାଇପାରିଥିଲା।”
ଆହତ ମହିଳାଙ୍କୁ ନୂଆ ଜୀବନ ଦେଲେ କନଷ୍ଟେବଳ

Share Now: