୧୨ବର୍ଷର ବାଳକ ଦେଖାଇଲା ସାହାସ, ଚିତାବାଘକୁ କଠୋରିରେ କଲା ବନ୍ଦ

ନୂଆଦିଲ୍ଲୀ: ନାସିକ୍ ଜିଲ୍ଲାର ମାଲେଗାଓଁ ସହରରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ୧୨ବର୍ଷ ବାଳକଙ୍କ ସାହାସ ଦେଖି ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ସୂଚନାଯୋଗ୍ୟ, ଏକ ଚିତାବାଘ ଖାଦ୍ୟ ଖୋଜିଖୋଜି ଜଙ୍ଗଲରୁ ମାଲେଗାଓଁ ସହର ଅଭିମୁଖେ ଚାଲି ଆସିଥିଲା। ଏହି ବାଘ ଏକ ଲାଉଞ୍ଜ କଠୋରିର କବାଟ ଖୋଲା ଥିବା ଦେଖି ଭିତରକୁ ପ୍ରବେଶ କରିଥିଲା। ଉକ୍ତ କଠୋରି ଭିତ‌ରେ ମୋହିତ ବିଜୟ ଅହିରେ ନାମକ ଜଣେ ୧୨ ବର୍ଷର ବାଳକ ବସିଥିଲା। ସେ କଠୋରିରେ ବସି ମୋବାଇଲରେ ଗେମ ଖେଳୁଥିବା ସମୟରେ ହଠାତ ବାଘ ଭିତରକୁ ପଶି ଆସିଥିଲା। ଭଳି ଏକ ବିପଦପୂର୍ଣ୍ଣ ପରିସ୍ଥିତିରେ ଯେକେହି ଭୟ କରିଯିବା ସ୍ବାଭାବିକ କଥା କିନ୍ତୁ ମୋହିତ ଉପସ୍ଥିତ ବୁଦ୍ଧି ଖଟାଇ କଠୋରିରୁ କୌଶଳକ୍ରମେ ଚାଲି ଆସି ବାଘକୁ ବାହାର ପାର୍ଶ୍ବରୁ କବାଟ ଦେଇ ଦେଇଥିଲା। ଆଉ ଘଟଣା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଯାହାର ଦୃଶ୍ୟ ଆପଣମାନେ ଭାଇରାଲ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖି ପାରିବେ।

Share Now:

Kalinga News Beuro

Next Post

ସରଣ୍ଡାରେ ବେଧଡ଼କ ଚାଲିଛି ଅଫିମ ଚାଷ

Fri Mar 8 , 2024
ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବେଆଇନ ଅଫିମଚାଷ ହେଉଥିବା ଦେଖିବାକୁ ମିଳିଛି। ମାଫିଆମାନେ ନିରୀହ ଗ୍ରାମବାସୀଙ୍କୁ ଲୋଭଦେଖାଇ ବେଧଡ଼କ ଏହି କାରବାର ଚଳାଇଥିବା ଦେଖାଯାଉଛି। ସରଣ୍ଡାର ଘଞ୍ଚ ଜଙ୍ଗଲରେ ବେଆଇନ ଅଫିସଚାଷ କିଛି ନୂଆକଥା ହୋଇନଥିଳେ ବି ଏବେ ରାସ୍ତାକଡ଼ରେ ଏହି ଚାଷ ହୋଇଥିବା ଦେଖିବାକୁ ମିଳୁଛି।ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳ ସୀମାନ୍ତରୁ ମାତ୍ର ୧୫ କିଲୋମିଟର ଦୂରରେ ଝାଡ଼ଖଣ୍ଡ ରାଜ୍ୟର ମନୋହରପୁରର ତମସାଇ ଗାଁରେ ହେଉଛି ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial