ଅକ୍ଟୋବର ୩୦ରେ ଦେଶରେ ୩ ଲୋକସଭା ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଥିବା ୩ଟି ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଆଗାମୀ ଅକ୍ଟୋବର ୩୦ ତାରିଖରେ ଉପନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିସନ୍‌ ନୋଟିସ୍‌ ଜାରି କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକରେ ଲୋକସଭା ଆସନ ଖାଲି ପଡ଼ିଛି ସେଥି ମଧ୍ୟରେ ଦାଦ୍ରା ଓ ନଗର ହାବେଳି , ମଧ୍ୟପ୍ରଦେଶର ଖାଣ୍ଡୱା ଏବଂ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ଅନ୍ତଭୁର୍କ୍ତ। ଏଥିସହିତ ୧୪ଟି ରାଜ୍ୟର ୩୦ଟି ବିଧାନସଭା ଆସନରେ ମଧ୍ୟ ନିର୍ବାଚନ ହେବ। ନିର୍ବାଚନ କମିସନ୍‌ କହିଛନ୍ତି, ମହାମାରୀ, ବନ୍ୟା, ପର୍ବପର୍ବାଣୀ ଏବଂ କେତେକ ଅଞ୍ଚଳରେ ଜଳସ୍ଥିତି ସ୍ଥିତି ନେଇ ମିଳିଥିବା ରିପୋର୍ଟର ସମୀକ୍ଷା କରାଯାଇଛି। ସମସ୍ତ ତଥ୍ୟ ଓ ପରିସ୍ଥିତି ଉପରେ ଆଲୋଚନା ପରେ ୩ ଲୋକସଭା ଆସନରେ ଉପନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share Now:

Kalinga News Beuro

Next Post

ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଫୁମିଓ କିଷିଡ଼ା

Thu Sep 30 , 2021
ଟୋକିଓ: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଷିଡ଼ା ଶାସକ ଦଳର ନେତା ବଛାଯାଇଥିବାରୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୬୪ ବର୍ଷୀୟ କିଷିଡ଼ା ସୋମବାର ବିଦାୟୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହେବା ଆଶା କରାଯାଉଥିଲା, ଯାହାଫଳରେ ସେ ଭୂତାଣୁ-ଜନିତ ଜରୁରୀ ପରିସ୍ଥିତି ସମୟରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିର ଦାୟିତ୍ବ ନେଇପାରିବେ। ତେବେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନରେ କିଷିଡ଼ା ଶେଷରେ […]
ଫୁମିଓ କିଷିଦା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial