ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଫୁମିଓ କିଷିଡ଼ା

ଫୁମିଓ କିଷିଦା

ଟୋକିଓ: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଷିଡ଼ା ଶାସକ ଦଳର ନେତା ବଛାଯାଇଥିବାରୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୬୪ ବର୍ଷୀୟ କିଷିଡ଼ା ସୋମବାର ବିଦାୟୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହେବା ଆଶା କରାଯାଉଥିଲା, ଯାହାଫଳରେ ସେ ଭୂତାଣୁ-ଜନିତ ଜରୁରୀ ପରିସ୍ଥିତି ସମୟରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିର ଦାୟିତ୍ବ ନେଇପାରିବେ। ତେବେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନରେ କିଷିଡ଼ା ଶେଷରେ ଏପରି ବହୁମତରେ ବିଜୟୀ ହେବେ ବୋଲି କେହି ପୂର୍ବାନୁମାନ କରିପାରି ନ ଥିଲେ।
ଏଥିରେ ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ଥିଲେ ମହିଳା। ଦଳର ବୃହତ୍ତମ ଗୋଷ୍ଠୀଗୁଡ଼ିକ ତାଙ୍କ ସଦସ୍ୟମାନଙ୍କୁ ସ୍ବାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର ଦେଇଥିଲେ। ପ୍ରଥମ ରାଉଣ୍ଡରେ କୋନୋ ଓ କିଷିଡ଼ାଙ୍କ ଭୋଟ ପ୍ରାୟ ସମାନ ଥିବାବେଳେ ଦ୍ବିତୀୟ ରାଉଣ୍ଡରେ ଉଭୟ ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସାନେ ଟାକେଚି ଓ ସିକୋ ନୋଡା ବାଦ୍ ପଡ଼ିବାରୁ କିଷିଡ଼ାଙ୍କ ପ୍ରତି ସଦସ୍ୟମାନଙ୍କ ବଳିଷ୍ଠ ସମର୍ଥନ ତାଙ୍କୁ ଜିତାଇଦେଲା। ଶେଷରେ କିଷିଡ଼ା ୨୫୭ ଭୋଟ ପାଇଥିବା ବେଳେ କୋନୋ ୧୭୦ ଭୋଟ ପାଇଥିଲେ।

Share Now:

Kalinga News Beuro

Next Post

ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ପ୍ରଭାବରେ ବର୍ଷା : ପହିଲାରୁ ୪ ଦିନ ବର୍ଷା କମିବ

Thu Sep 30 , 2021
ଭୁବନେଶ୍ବର : ପଶ୍ଚିମବଙ୍ଗ ଉପରେ ଥିବା ଚିହ୍ନିତ ଲଘୁଚାପ ବଳୟ ପ୍ରଭାବରେ ଗୁରୁବାର ସକାଳ ସୁଦ୍ଧା ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ। ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ୨୪ ଘଣ୍ଟା ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ କମିବ। […]
ଉତ୍ତର ଓଡ଼ିଶାରେ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial