କାବୁଲ : ଆଫଗାନିସ୍ତାନର ବଡ଼ ସହର ଜଲାଲାବାଦକୁ କବ୍ଜା କରିବା ପରେ ବର୍ତ୍ତମାନ ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ। ଆଉ କିଛି ଘଣ୍ଟା ମଧ୍ୟରେ କାବୁଲକୁ ମଧ୍ୟ କବଜା କରିନେବେ ବୋଲି ଅନୁମାନ କରାଯାଉଛି। ଏହାପୂର୍ବରୁ ଗଜନୀ, ହେରାତ, କାନ୍ଦାହାର, ମଜାର ଇ ସରିଫ ସହରକୁ ମଧ୍ୟ ଦଖଲ କରିଥିଲା ଏହି ସଂଗଠନ। ଆଫଗାନିସ୍ତାନର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ତାଲିବାନ ଆତଙ୍କବାଦୀ କାବୁଲର ବାହାର ଅଞ୍ଚଳରେ ପ୍ରବେଶ କରି ସାରିଲେଣି। କିନ୍ତୁ ଏଯାବତ ତାଲିବାନ ଆତଙ୍କବାଦୀ ଓ ଆଫଗାନିସ୍ତାନ ସେନା ମଧ୍ୟରେ କୌଣସି ପ୍ରକାର ଯୁଦ୍ଧର ଆରମ୍ଭ ହୋଇନାହିଁ। ତାଲିବାନ ଆତଙ୍କବାଦୀ ଦେଶର ରାଜଧାନୀ କାବୁଲର ଦକ୍ଷିଣରେ ପ୍ରାୟ ୭ ମାଇଲ ଦୂରରେ ପହଞ୍ଚି ଯାଇଛନ୍ତି। ଆଫଗାନିସ୍ତାନରୁ ଆମେରିକାର ସମସ୍ତ ସୈନ୍ୟ ପ୍ରତ୍ୟାହାରକୁ ଆଉ ତିନି ସପ୍ତାହରୁ କମ ସମୟ ରହିଛି। ଏପରି ସମୟରେ ତାଲିବାନ ପୁରା ଆଫଗାନିସ୍ତାନକୁ କବଜା କରିନେବା ଘଟଣାକୁ ନେଇ ସାରା ବିଶ୍ୱ ଚକିତ ହୋଇଯାଇଛି। ସେପଟେ ତାଲିବାନ ଆତଙ୍କବାଦୀ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ କବଜା କରି ସାରିଛନ୍ତି। କେବଳ ଏତିକି ନୁହେଁ, ତାଲିବାନ ଉତ୍ତର ଆଫଗାନିସ୍ତାନର ବଡ ସହର ମଜାର ଏ ଶରିଫ ଉପରେ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରି ଦେଇଛନ୍ତି। ଏଥିସହିତ ହେଲମନ୍ଦ ପ୍ରାନ୍ତର ରାଜଧାନୀ ଲସ୍କରଗାହକୁ ମଧ୍ୟ ନିଜ ଅକ୍ତିକାରକୁ ଆଣିଛନ୍ତି ତାଲିବାନ।
ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା କବଜା ହୋଇପାରେ କାବୁଲ

Share Now: