୮୦ ବର୍ଷ ପରେ ମିଳିଲା ବୁଡିଯାଇଥିବା ଜାପାନୀ ଜାହାଜ : ବୁଡିଯାଇଥିଲେ ଏକ ହଜାର କଏଦୀ

୮୦ ବର୍ଷ ପରେ ମିଳିଲା ବୁଡିଯାଇଥିବା ଜାପାନୀ ଜାହାଜ

ବେଜିଂ: ପାଖାପାଖି ୮୦ ବର୍ଷ ପରେ ଦକ୍ଷିଣ ଚୀନ ସାଗରରୁ ଏକ ଜାପାନୀ ଜାହାଜର ଅବଶେଷ ମିଳିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଜାହାଜ ବୁଡିଯାଇଥିଲା। ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଜାପାନ, ଜର୍ମାନୀ ଏବଂ ପୋଲାଣ୍ଡ ଭଳି ଦେଶରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଅନ୍ୟପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଋଷ ଭଳି ଦେଶଙ୍କୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡିଥିଲା। ୧୯୪୨ ମସିହାରେ, ଆମେରିକାର ଏକ ବୁଡ଼ାଜାହାଜ ଆକ୍ରମଣରେ ଏହି ଜାପାନୀ ଜାହାଜ ସମୁଦ୍ରରେ ବୁଡ଼ିଯାଇଥିଲା। ବର୍ତ୍ତମାନ ପ୍ରାୟ ୮୦ ବର୍ଷ ପରେ ଦକ୍ଷିଣ ଚୀନ୍ ସାଗରରେ ସେହି ଜାପାନୀ ଜାହାଜର ଅବଶେଷ ମିଳିଛି। ସେହି ଜାହାଜର ନାମ ଥିଲା- ଏସ୍ ମୋଣ୍ଟେଭିଡ଼ିଓ ମାରୁ। ଜାହାଜରେ ଜାପାନୀ ସୈନିକଙ୍କ ସମେତ ପ୍ରାୟ ୧୦୬୦ଜଣ କଏଦୀ ଥିଲେ। ଜାହାଜ ବୁଡ଼ିଯିବା କାରଣରୁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା। ବନ୍ଦୀ ହୋଇଥିବା କଏଦୀଙ୍କ ମଧ୍ୟରେ ୮୫୦ ଜଣ ଅଷ୍ଟ୍ରେଲିଆର ଥିଲେ। ସେଥିପାଇଁ ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ “ଦ୍ୱିତୀୟ ବିଶ୍ୱଯୁଦ୍ଧ”ର ବହୁ ବର୍ଷ ପରେ ମଧ୍ୟ ସମୁଦ୍ରରେ ଖୋଜାଖୋଜି କରୁଥିଲେ। ଯୁଦ୍ଧର ୮୦ ବର୍ଷ ପରେ ଏହି ଜାହାଜର ଧ୍ୱଂସାବଶେଷ ମିଳିବା ଏକ ବଡ କଥା, କାରଣ ଏହା ଟାଇଟାନିକ୍ ଠାରୁ ଅଧିକ ଗଭୀରତାରେ ମିଳିଛି, ତେଣୁ ଏହି ଜାହାଜର ଧ୍ୱଂସାବଶେଷ ଗବେଷଣା ପାଇଁ ରଖାଯିବ। ଉଲ୍ଲେଖ ଥାଉ କି ଯେ, ଏହି ଜାହାଜରେ ୧୪ଟି ଦେଶର ୨୧୦ ଜଣ ନାଗରିକ ମଧ୍ୟ ଥିଲେ। ଏହି ଜାହାଜ ପାପୁଆ ନ୍ୟୁ ଗିନିରୁ ଚାଇନାକୁ ବନ୍ଦୀ ସୈନିକମାନଙ୍କୁ ନେଇ ଯାଉଥିଲା। ତେବେ ଫିଲିପାଇନ୍ସ ନିକଟରେ ଏକ ଆମେରିକୀୟ ବୁଡ଼ାଜାହାଜର ଆକ୍ରମଣରେ ଏହି ଜାହାଜ ସମୁଦ୍ରରେ ବୁଡ଼ିଯାଇଥିଲା।

Share Now:

Kalinga News Beuro

Next Post

କେଦାରନାଥ ଅଘଟଣ : ହେଲିକପ୍ଟର ପଙ୍ଖାରେ କଟି ଯୁବକଙ୍କ ମୃତ୍ୟୁ

Sun Apr 23 , 2023
ରୁଦ୍ରପ୍ରୟାଗ: କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ହେଲିକପ୍ଟରର ପଙ୍ଖାରେ ଜଣେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି କୁହାଯାଉଛି। ସାଇନି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ।ସୂଚନାନୁସାରେ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି […]
ହେଲିକପ୍ଟର ପଙ୍ଖାରେ କଟି ଯୁବକଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial