ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ : ପାକିସ୍ତାନ ପ୍ରଧାନମନ୍ତ୍ରୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସ୍ଲାମାବାଦ : ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ, ଯାହାକି ସମାନତା, ନ୍ୟାୟ, ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେଶିତ ହୋଇଥିବ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ। ଡନ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଜାତିସଂଘ ନିୟମ ଓ କଶ୍ମରବାସୀଙ୍କ ସହମତିରେ କଶ୍ମୀର ପ୍ରସଙ୍ଗର ସମାଧାନ ହେଲେ ହିଁ ଶାନ୍ତି ଆସିପାରିବ ଓ ଅନ୍ତର୍ଜାତୀୟ ସମୁଦାୟ ଏ ଦିଗରେ କାମ କରନ୍ତୁ ବୋଲି ସେ କହିଛନ୍ତି। ପାକିସ୍ତାନରେ ଅବସ୍ଥାପିତ ଅଷ୍ଟ୍ରେଲିଆର ହାଇକମିସନର ନିଲ ହକିନ୍ସଙ୍କ ସହ ସାକ୍ଷାତ ବେଳେ ସରିଫ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଉଦ୍ୟମ କରୁ କାରଣ ଏହା ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଜରୁରୀ।
ଗତ ୨୦୧୯ ଅଗଷ୍ଟ ମାସରେ ଭାରତ ସରକାର ଜମ୍ମୁ ଓ କଶ୍ମୀର ଉପରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଆହୁରି ଖରାପ ହୋଇଯାଇଥିଲା। ଏହି ଘଟଣାକୁ ନେଇ ପାକିସ୍ତାନ ଭାରତ ସହ ନିଜର କୂଟନୈତିକ ସଂପର୍କକୁ ହ୍ରାସ କରିଦେଇଥିଲା। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କୁ ପ୍ରତ୍ସାହନ ଦେବା ବନ୍ଦ ନ କଲେ ପାକିସ୍ତାନ ସହ ଶାନ୍ତିପୂର୍ଣ୍ଣ ସ୍ବାଭାବିକ ସଂପର୍କ ରଖିବା ସମ୍ଭବ ନୁହେଁ ବୋଲି ଭାରତ ବାରମ୍ବାର କହିଆସୁଛି। ଏହା ସତ୍ତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରେତ୍ସାହନ ଦେବା ଜାରି ରଖିଛି।

Share Now:

Kalinga News Beuro

Next Post

ଯୁଦ୍ଧାଭ୍ୟାସ କରିବାକୁ ଭାରତ ଆସିପାରେ ପାକିସ୍ତାନୀ ସେନା

Fri Aug 19 , 2022
ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ଭାରତ ଏବଂ ଚୀନ୍ ଶୀଘ୍ର ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିପାରନ୍ତି। କେବଳ ଏତିକି ନୁହେଁ, କୁହାଯାଉଛି ଯେ ପାକିସ୍ତାନ ମଧ୍ୟ ଅକ୍ଟୋବରରେ ଭାରତ ଆସି ଯୁଦ୍ଧାଭ୍ୟାସରେ ଭାଗ ନେଇପାରେ। ମିଳିଥିବା ସୂଚନା ମୁତାବକ ଋଷ ହେବାକୁ ଥିବା ଭୋଷ୍ଟୋକ ୨୦୨୨ ସାମରିକ ଅଭ୍ୟାସରେ ଭାରତ ଅଂଶଗ୍ରହଣ କରିବ ବୋଲି ଜଣାପଡିଛି। ଏହାପୂର୍ବରୁ ଏହି ତିନି ଦେଶ ଭାରତ,ଋଷ ଓ ଜାପାନ ଅଭ୍ୟାସରେ ମଧ୍ୟ ଭାଗ […]
ପାକିସ୍ତାନୀ ସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial