ପାକିସ୍ତାନର ପୁଣି ଯୁଦ୍ଧ ଧମକ

ଇସ୍‌ଲାମାବାଦ : ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦୁଇ ଦିନ ତଳେ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଥିବା ବେଳେ ଆଜି ସେଠାର ରେଳ ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦ କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଅକ୍ଟୋବର କିମ୍ବା ନଭେମ୍ବରରେ ଭୟଙ୍କର ଯୁଦ୍ଧ ହେବ। କଶ୍ମୀରକୁ ନେଇ ନିର୍ଣ୍ଣାୟକ ଯୁଦ୍ଧର ସମୟ ଆସିଛି। ଏହା ଦୁଇ ଦେଶ ମଧ୍ୟରେ ଶେଷ ଯୁଦ୍ଧ ହେବ ବୋଲି କହିଛନ୍ତି।
ତାଙ୍କର ଏଭଳି ଧମକ ପରେ ପାକିସ୍ତାନରେ ଯୁଦ୍ଧ ଉନ୍ମାଦନା ଆରମ୍ଭ ହୋଇଯାଇଛି ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ଭାରତ ବିରୋଧୀ ଶୋଭାଯାତ୍ରା ବାହାର କରିଥିବା ଜଣାପଡ଼ିଛି। ରସିଦ୍ କହିଛନ୍ତି ଯେ ପାକିସ୍ତାନ ପାଇଁ ଏବେ ଜୀବନ ମରଣ ସମସ୍ୟା ଆସିଥିବାରୁ ନିଜ ଦେଶର ସୁରକ୍ଷା ପାଇଁ ଆମେ ପଛଘୁଂଚା ଦେବୁନାହିଁ ।

Share Now:

Kalinga News Beuro

Leave a Reply

Next Post

ବେଆଇନ ପାର୍କିଂ କଲେ ଚକରେ ପଡ଼ିବ ତାଲା, ୫୦୦ ଟଙ୍କା ଜରିମାନା

Thu Aug 29 , 2019
ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ସଦୃଢ କରିବା ପାଇଁ ଅଣ୍ଟା ଭିଡିଛି ପୁଲିସ । ରାଜଧାନୀରେ ବେଆଇନ ପାର୍କିଂ ଉପରେ ରୋକ ଲଗାଯାଇଛି । ଭୁବନେଶ୍ୱରରେ ବେଆଇନ ପାର୍କିଂ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୁଲିସ । ଏଣିକି ରାଜଧାନୀରେ ବେଆଇନ ପାର୍କିଂ କଲେ ଗାଡି ଚକରେ ତାଲା ପକାଯିବ । ଏହାଛଡା ବେଆଇନ ପାର୍କିଂ ପାଇଁ ୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ ବୋଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial