ବେଆଇନ ପାର୍କିଂ କଲେ ଚକରେ ପଡ଼ିବ ତାଲା, ୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ ବ୍ୟବସ୍ଥାକୁ ସଦୃଢ କରିବା ପାଇଁ ଅଣ୍ଟା ଭିଡିଛି ପୁଲିସ । ରାଜଧାନୀରେ ବେଆଇନ ପାର୍କିଂ ଉପରେ ରୋକ ଲଗାଯାଇଛି । ଭୁବନେଶ୍ୱରରେ ବେଆଇନ ପାର୍କିଂ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି କମିସନରେଟ ପୁଲିସ । ଏଣିକି ରାଜଧାନୀରେ ବେଆଇନ ପାର୍କିଂ କଲେ ଗାଡି ଚକରେ ତାଲା ପକାଯିବ । ଏହାଛଡା ବେଆଇନ ପାର୍କିଂ ପାଇଁ ୫୦୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯିବ ବୋଲି ଅତିରିକ୍ତ ଟ୍ରାଫିକ ଡିସିପି ଅନିମେଷ ପଣ୍ଡା କହିଛନ୍ତି । ଗତ ଦୁଇଦିନ ପୂର୍ବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଥିଲା କମିସନରେଟ ପୁଲିସ । ଏପରିକି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ ମଧ୍ୟ ଉଡ଼ାଯାଇଥିଲା । ଏହାଛଡା ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ଆଉ ସଚେତନ କରିବା ବଦଳରେ ସିଧା କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ପୋଲିସ କମିସନର

Share Now:

Kalinga News Beuro

Leave a Reply

Next Post

ମିସାଇଲ ପରୀକ୍ଷା କରିବାକୁ ଗୋପନରେ ପ୍ରସ୍ତୁତି ଚଳାଇଛି ପାକିସ୍ତାନ

Thu Aug 29 , 2019
କରାଚୀ :ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ଭାରତ ଉପରେ ରାଗ ସୁଝାଇବାକୁ ପାକିସ୍ତାନ ସୁଯୋଗ ଅପେକ୍ଷାରେ ରହିଛି । କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ, ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପାକିସ୍ତାନ ପ୍ରସ୍ତୁତି କରୁଥିବା ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ କରାଚୀ ନିକଟସ୍ଥ ସୋନମିଆନି ପରୀକ୍ଷାଘାଟିରୁ ଏକ ନାଭାଲ ମିସାଇଲ ପରୀକ୍ଷଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial