ମୟୂରଭଞ୍ଜରେ ମୃଦୁ ଭୂମିକମ୍ପ ଯୋଗୁଁ ଥରିଲା ବସୁଧା

ଉତ୍ତର ଓଡ଼ିଶାରେ ମୃଦୁ ଭୂମିକମ୍ପ

ବାଲେଶ୍ୱର: ଗୁରୁବାର ବିଳମ୍ବିତ ରାତ୍ରୀରେ ମୟୂରଭଞ୍ଜ ଜିଲ୍ଲାରେ ମୃଦୁ ଭୂମିକମ୍ପ ସଂଘଠିତ ହୋଇଥିବା ଜଣାପଡ଼ିଛି। ରାତି ୨:୧୩ରେ ହୋଇଥିବା ଏହି ଭୂକମ୍ପନର ତୀବ୍ରତା ରିକ୍ଟର୍‌ ସ୍କେଲ୍‌ରେ ୩.୯ ଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି। ଭୂକମ୍ପନ ଅନୁଭୂତ ହେବା ପରେ ପରେ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସି ଶଙ୍ଖ ବଜାଇବା ସହ ହୁଳହୁଳି ପକାଇଥିଲେ। ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ଆସିନାହିଁ। କିନ୍ତୁ, ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ ମୋବାଇଲ୍‌ ନେଟ୍‌ଓ୍ଵାର୍କ କାମ କରି ନ ଥିଲା ବୋଲି କେତେକ ବ୍ୟକ୍ତି ଦାବି କରୁଛନ୍ତି। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଏହି ଭୂକମ୍ପନ ଅନୁଭୂତ ହୋଇଥିଲା।

Share Now:

Kalinga News Beuro

Next Post

ରୋଗିଣା ବାପାକୁ ମେଡିକାଲ୍‌ ବାରଣ୍ଡାରେ ଛାଡ଼ି ପଳାଇଲା ପୁଅ

Fri Dec 4 , 2020
କ୍ୟାନ୍ସର ଆକ୍ରାନ୍ତ ବୃଦ୍ଧଙ୍କୁ ଆଡମିସନ୍‌ କରାଇଲେ ସମାଜସେବୀ ଅଭିମନ୍ୟୁ ଭୁବନେଶ୍ୱର : ପୁଅର ଦେହ ଖରାପ ହେଲେ କାନ୍ଧରେ ପକାଇ ସେ ଅନେକଥର ପୁଅକୁ ହସ୍ପିଟାଲ୍‌ ନେଇଛନ୍ତି। ବେଡ୍‌ ପାଖରେ ରାତି ରାତି ଅନିଦ୍ରା ରହି ସେବା କରିଛନ୍ତି। ହେଲେ ସେଇ ପୁଅ ତାଙ୍କୁ ଆଣି ହସ୍ପିଟାଲ୍‌ ବାରଣ୍ଡାରେ ଛାଡ଼ି ଦେଇ ପଳେଇଲା। ବୁଢ଼ା ବାପା କ୍ୟାନ୍ସର ଭଳି ବ୍ୟାଧି ସହ ଯୁଝୁଥିଲେ ହେଁ ଏ ଯନ୍ତ୍ରଣାକୁ ସେ ହଜମ […]
ବାପାକୁ ମେଡିକାଲ୍‌ ବାରଣ୍ଡାରେ ଛାଡ଼ି ପଳାଇଲା ପୁଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial