କଟକ-ଭୁବନେଶ୍ୱରରେ ତାତିରୁ ମିଳିଲା ଆଶ୍ଵସ୍ତି

କଟକ-ଭୁବନେଶ୍ୱରରେ ତାତିରୁ ମିଳିଲା ଆଶ୍ଵସ୍ତି

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ଟୁଇନସିଟିବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ହେତୁ ଛଟପଟ ହେଉଥିଲେ ଲୋକେ। ହେଲେ ମଧ୍ୟାହ୍ନରେ ଆକସ୍ମିକ ଭାବେ ପ୍ରାକ୍ ମୌସୁମୀ ବର୍ଷା ହେବା କାରଣରୁ ଉଭୟ ମହାନଗରର ଲୋକେ ଟିକେ ଥଣ୍ଡା ଅନୁଭବ କରିଛନ୍ତି। ଆଜି କଟକ- ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷାର ପ୍ରଭାବରେ କଟକ-ଭୁବନେଶ୍ୱରର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଜଣାଯାଇଛି। ଏଣେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାର ସୂଚନା ରହିଛି। ଏହାଫଳରେ ସେହି ଅଞ୍ଚଳରେ ବି ତାତିରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ୭ ସେମି ବର୍ଷା ହୋଇଥିବା ବେଳେ ଉମରକୋଟ, ଝରିଗାଁରେ ୬ ସେମି, କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଓ ଜୟପାଟଣାରେ ୫ ସେମି ଲେଖାଏ ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଝାରସୁଗୁଡ଼ା, ମାଲକାନଗିରି, ଫୁଲବାଣୀ, ନୟାଗଡ଼, ଗଜପତି, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏଣିକି ବର୍ଷା ପରିମାଣ ବଢ଼ିବ।

Share Now:

Kalinga News Beuro

Next Post

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ମିଳିତ ଅଭିଯାନ କରିବେ ଭାରତ-ଆମେରିକା

Thu Jun 22 , 2023
ୱାଶିଂଟନ : ୨୦୨୪ ପାଇଁ ଭାରତ ଓ ଆମେରିକା ମିଳିତ ମହାକାଶଚାରୀ ଅଭିଯାନ ଘୋଷଣା କରିଛନ୍ତି। ଭାରତ ଆର୍ଟେମିସ୍ ଚୁକ୍ତିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ମହାକାଶ ଏଜେନ୍ସି ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)କୁ ଏକ ମିଳିତ ମିଶନ ପଠାଇବାକୁ ରାଜି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଚାଲିଥିବାବେଳେ ଆମେରିକା ପକ୍ଷରୁ ଏହି […]
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial