ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ଶେଷ, ପୁନରୁଦ୍ଧାର ଆରମ୍ଭ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଉଦ୍ଧାର କାର୍ଯ୍ୟ ଶେଷ

ବାଲେଶ୍ଵର: ବାଲେଶ୍ଵରର ବାହାନଗାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଆମେ ଏହି ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ ଏବଂ ଭବିଷ୍ୟତରେ ଏପରି ଘଟଣା ଘଟିବ ନାହିଁ ବୋଲି ନିଶ୍ଚିତ କରିବୁ। ବାଲେଶ୍ଵରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାସ୍ଥଳରେ ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଓ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଏହା ବଡ଼ ରେଳ ଦୁର୍ଘଟଣା। ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସର୍ବୋତ୍ତମ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଗତକାଲି କ୍ଷତିପୂରଣ ଘୋଷଣା କରାଯାଇଥିଲା। ଦୁର୍ଘଟଣାର କାରଣ ଅବଗତ ହେବା ଲାଗି ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ କୋଲକାତା – ଚେନ୍ନାଇ ମାର୍ଗରେ ରେଳଚଳାଚଳକୁ କିପରି ଯଥାଶୀଘ୍ର ସ୍ୱାଭାବିକ କରାଯିବ ସେ ଦିଗରେ ମଧ୍ୟ ତୁରନ୍ତ କାର୍ଯ୍ୟାରମ୍ଭ ହେବ ବୋଲି ସେ କହିଥିଲେ।

Share Now:

Kalinga News Beuro

Next Post

ବାଲେଶ୍ଵର ଟ୍ରେନ୍‌ ଦୁର୍ଘଟଣା : ମନଇଚ୍ଛା ଭଡ଼ା ନେଇଛନ୍ତି ବସ୍‌ ମାଲିକ

Sat Jun 3 , 2023
ଅଭିଯୋଗ ଆସିଲେ କାର୍ଯ୍ୟନୁଷ୍ଠାନ ନେବ ଏସ୍‌ଟିଏ ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ହେବା ପରେ ଭଦ୍ରକ୍‌ ଷ୍ଟେସନ୍‌ ଠାରୁ ହାୱଡା ଅଭିମୁଖେ ୪୫ଟି ଟ୍ରେନ୍‌ ବାତିଲ ହୋଇଯାଇଛି। ଫଳରେ ଲୋକଙ୍କୁ ଏବେ ସଡ଼କପଥରେ ଯାତାୟତ କରିବାକୁ ପଡୁଛି। ତେଣୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଟ୍ରେନ୍‌ ଦୁର୍ଘଟଣାରୁ ଲାଭ ଉଠାଇବା ପାଇଁ ଏବେ କିଛି ସ୍ୱତନ୍ତ୍ର ବସ୍‌ଗୁଡ଼ିକ ମନଇଚ୍ଛା ଭଡା […]
ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial