ବାଲେଶ୍ଵର ଟ୍ରେନ୍‌ ଦୁର୍ଘଟଣା : ମନଇଚ୍ଛା ଭଡ଼ା ନେଇଛନ୍ତି ବସ୍‌ ମାଲିକ

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା

ଅଭିଯୋଗ ଆସିଲେ କାର୍ଯ୍ୟନୁଷ୍ଠାନ ନେବ ଏସ୍‌ଟିଏ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ହେବା ପରେ ଭଦ୍ରକ୍‌ ଷ୍ଟେସନ୍‌ ଠାରୁ ହାୱଡା ଅଭିମୁଖେ ୪୫ଟି ଟ୍ରେନ୍‌ ବାତିଲ ହୋଇଯାଇଛି। ଫଳରେ ଲୋକଙ୍କୁ ଏବେ ସଡ଼କପଥରେ ଯାତାୟତ କରିବାକୁ ପଡୁଛି। ତେଣୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଟ୍ରେନ୍‌ ଦୁର୍ଘଟଣାରୁ ଲାଭ ଉଠାଇବା ପାଇଁ ଏବେ କିଛି ସ୍ୱତନ୍ତ୍ର ବସ୍‌ଗୁଡ଼ିକ ମନଇଚ୍ଛା ଭଡା ନେଉଥିବା ଅଭିଯୋଗ ହେଉଛି। ଯାହାଫଳରେ ବିପଦରେ ରହି ମଧ୍ୟ ଯାତ୍ରୀମାନେ ଶୋଷଣର ସାମ୍ନା କରୁଛନ୍ତି। ଯାତ୍ରୀମାନଙ୍କ ଠାରୁ ଅଧିକ ଭଡ଼ା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି) ଅବଗତ ରହିଛି। ଏନେଇ ଏସ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ଵର, ବାଲେଶ୍ଵର, ପୁରୀ, କଟକର ଆରଟିଓ ଦଳ ଅଟକି ରହିଛନ୍ତି। ଯାତ୍ରୀମାନଙ୍କ ପାଇଁ ବସ୍‌ ବ୍ୟବସ୍ଥା କରିଛନ୍ତି। ଯଦି କୌଣସି ବସ୍‌ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ/ଭୁବନେଶ୍ଵରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି, ତେବେ ବସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ ଲୋକଙ୍କର ଚିକିତ୍ସା ଜାରି ରହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଆହୁରି ୩ ଘଣ୍ଟା ଲାଗିପାରେ। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବାହାନଗା ଟ୍ରେନ ଦୁର୍ଘଟଣା : ମୃତକଙ୍କ ଲାଗି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ପଶ୍ଚିମବଙ୍ଗ ସରକାର

Sat Jun 3 , 2023
ବାହାନଗା: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା […]
୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial