ବାହାନଗା ଟ୍ରେନ ଦୁର୍ଘଟଣା : ମୃତକଙ୍କ ଲାଗି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ପଶ୍ଚିମବଙ୍ଗ ସରକାର

୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ବାହାନଗା: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ, ଆହତ ଓ ପୀଡ଼ିତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହାଛଡ଼ା ପ୍ରତ୍ୟେକ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ରାଜ୍ୟର ପୀଡ଼ିତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଲିକପ୍ଟର ଯୋଗେ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୨୬୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ରୁ ଅଧିକ ଲୋକଙ୍କର ଚିକିତ୍ସା ଜାରି ରହିଛି। ବାହାନଗା ଷ୍ଟେସନରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ ବି କାହାରି ମୁହଁରେ ହସ ନାହିଁ। ସମସ୍ତେ ସ୍ତବ୍ଧ ପାଲଟି ଯାଇଛନ୍ତି।

Share Now:

Kalinga News Beuro

Next Post

ରସିଦ ବହି ନ ମିଳିବା ପ୍ରସଙ୍ଗ: ଖୋଳତାଡ଼ କରିବ ସ୍ୱତନ୍ତ୍ର ଟିମ୍‌

Sat Jun 3 , 2023
ଭୁବନେଶ୍ୱର: ରସିଦ ନାହିଁ କି ଟଙ୍କା ନାହିଁ। ହୋଲ୍‌ଡିଂ ଟିକସ ତଥା ଅନ୍ୟାନ୍ୟ ରାଜସ୍ବ ଆଦାୟ ବାବଦକୁ ଟ୍ୟାକ୍ସ କଲେକ୍ଟରମାନଙ୍କୁ ଦିଆଯାଇଥିବା ରସିଦ ବହି ଗାଏବ ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୨୧ ହଜାର ୮ଶହ ରସିଦ୍‌ର ହିସାବ ମିଳୁନି। ଲୋକଙ୍କ ପାଖରୁ ଟଙ୍କା ଆସିଛି, ହେଲେ ବିଏମ୍‌ସି ଖାତାରେ ଜମା ହୋଇନି। ନା ଅଧିକାରୀମାନେ ତାଗିଦ କରିଛନ୍ତି ନା ସମୀକ୍ଷା ବେଳେ କର୍ତ୍ତୃପକ୍ଷ ହିସାବ ମାଗିଛନ୍ତି। […]
ରସିଦ ବହି ନ ମିଳିବା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial