ଆଜି ମହାନଦୀ ଜଳବିବାଦ ଶୁଣାଣି

ମହାନଦୀ ଜଳ ବିବାଦ ଶୁଣାଣି ଆଜି

ନୂଆଦିଲ୍ଲୀ : ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ୨୨ତମ ଶୁଣାଣି ହେବ। ମହାନଦୀ ଅବବାହିକା ସଂକ୍ରାନ୍ତ ବିଭିନ୍ନ ତଥ୍ୟ ପ୍ରମାଣ ଓ ଦସ୍ତାବିଜ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ଯୋଗାଇ ଦେବାକୁ ଗତ ଶୁଣାଣି ବେଳେ ଟ୍ରିବ୍ୟୁନାଲ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ଶେଷ ସୁଯୋଗ ଦେଇଥିଲେ। ଦସ୍ତାବିଜ୍‌ ଯୋଗାଇବାରେ ବିଫଳ ହେଲେ ଅନ୍ତଃ ରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଧାରା ୯ ଆଧାରରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ମଧ୍ୟ ଦେଇଥିଲେ।
ମିଳିଥିବା ସୂଚନାରୁ ଜଣାପଡ଼ିଛି, କେନ୍ଦ୍ରୀୟ ସଂସ୍ଥାମାନଙ୍କ ପକ୍ଷରୁ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼କୁ ସଂପୂର୍ଣ୍ଣରୂପେ ନଥିପତ୍ର ଯୋଗାଇ ଦିଆଯାଇନାହିଁ। ଯାହାକୁ ନେଇ ଦୁଇ ରାଜ୍ୟ ମିଳିତ ଭାବେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ ବୋଲି ଜଣାପଡ଼ିଛି। ତଦନୁସାରେ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ କାର୍ଯ୍ୟନୁଷ୍ଠାନ ସୂରୂପ ସମନ ଜାରି କରିବାର ସମ୍ଭାବନା ରହିଛି। ଅପରପକ୍ଷେ, ଟ୍ରିବ୍ୟୁନାଲଙ୍କୁ ଆଜିର ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ପରସ୍ପର ମଧ୍ୟରେ ନିଜ ନିଜର ନଥିପତ୍ର ଓ ଦସ୍ତାବିଜର ଆଦାନପ୍ରଦାନର ସ୍ଥିତି ସଂପର୍କରେ ମଧ୍ୟ ସୂଚିତ କରାଇବେ। ଅନ୍ତରୀଣ ବ୍ୟବସ୍ଥା ପାଇଁ ଆପୋଷ ଆଲୋଚନା ଏବେବି ଦୁଇ ରାଜ୍ୟ ଜାରି ରଖିଛନ୍ତି। ଏହାର ସ୍ଥିତି ମଧ୍ୟ ଆଜି ଶୁଣାଣିରେ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ଜଣାଇବେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ନୂଆ ବ୍ୟବସ୍ଥାରେ ସିଧାସଳଖ ନିର୍ବାଚିତ ହେବେ ମେୟର, ପୌରାଧ୍ୟକ୍ଷ

Sat Aug 14 , 2021
ଭୁବନେଶ୍ବର : ମହାନଗର ନିଗମ ମେୟର ଓ ପୌରପାଳିକା/ଏନ୍‌ଏସି ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି। ସେମାନଙ୍କୁ ଭୋଟର୍‌ମାନେ ସିଧାସଳଖ ନିର୍ବାଚିତ କରିବେ। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା। ପାଖାପାଖି ୩ ବର୍ଷ ପ‌ରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ କରି ‌ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର। […]
ନୂଆ ବ୍ୟବସ୍ଥାରେ ସିଧାସଳଖ ନିର୍ବାଚିତ ହେବେ ମେୟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial