ମିଗ୍-୨୧ ବିମାନ ନୁହେଁ ସେ ଏବେ ‘ଉଡ଼ନ୍ତା କଫିନ’

‘ଉଡ଼ନ୍ତା କଫିନ’

ନୂଆଦିଲ୍ଲୀ : ଗୁରୁବାରଦିନ ରାଜସ୍ଥାନରେ ବାରମେରରେ ହୋଇଥିବା ମିଗ-୨୧ ବିସନ୍ ବିମାନ ଦୁର୍ଘଟଣା ପୁଣି ଏହି ବିମାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଗ୍-୨୧ ବିମାନକୁ ଭାରତୀୟ ବାୟୁସେନାର ଉଡ଼ନ୍ତା କଫିନ ବୋଲି କୁହାଯାଏ। ଗୁରୁବାରର ଦୁର୍ଘଟଣା ପୁଣି ଏହି ନାମକୁ ସାର୍ଥକ କରିଛି। ଏହି ଦୁର୍ଘଟଣାରେ ୨ ବାୟୁସେନା ପାଇଲଟ ମୃତ୍ୟୁବରଣ କରିଛନ୍ତି।
ତଥ୍ୟ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ୨୧ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋଭିଏତ ଯୁଗର ଏହି ପୁରୁଣା ଲଢୁଆ ବିମାନ ୧୯୬୩ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ବାୟୁସେନାରେ ମୋଟ ୮୭୪ଟି ମିଗ୍ ବିମାନ ସାମିଲ ହୋଇଛି। ଏହି ବର୍ଷରେ ମୋଟ ୪୦୦ଟି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଓ ୨୦୦ ପାଇଲଟ ମୃତ୍ୟୁବରଣ କରିଛନ୍ତି। ସେହିପରି ସରକାରୀ ତଥ୍ୟ ଅନୁସାରେ ଗତ ୧୦ ବର୍ଷରେ ଭାରତୀୟ ସାମରିକ ବାହିନୀରେ ମୋଟ ୧୦୮ଟି ବିମାନ ଓ ହେଲିକପ୍ଟର ଦୁର୍ଘଟଣା ହୋଇଛି। ତେବେ ମିଗ ବିମାନ କାହିଁକି ଏତେ ଦୁର୍ଘଟଣାଗ୍ରସ୍ତ ହେଉଛି ? ଏ ସମ୍ପର୍କରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେ. ଭାଦୁରିଆ କହିଛନ୍ତି ଯେ ପୁରୁଣା ହୋଇଯାଇଥିବାରୁ ଏଗୁଡ଼ିକ ଅଧିକ ଦୁର୍ଘଟଣାଗ୍ରସ୍ତ ହେଉଛି। ତେବେ ଭାରତୀୟ ବାୟୁସେନା ଧୀରେ ଧୀରେ ଏଗୁଡ଼ିକୁ ବଦଳାଇ ନୂଆ ତଥା ଅତ୍ୟାଧୁନିକ ବିମାନ (ରାଫେଲ, ଏଲସିଏ ଆଦି) ସାମିଲ କରୁଛି।

Share Now:

Kalinga News Beuro

Next Post

ନିଖୋଜ ଯୁବତୀଙ୍କ ପାଇଁ ନୌସେନାର ଖର୍ଚ୍ଚ ହେଲା ୧ କୋଟି : ସେ ମିଳିଲେ ବୟଫ୍ରେଣ୍ଡ୍ ସହ

Fri Jul 29 , 2022
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି। ଜଣେ ନିଖୋଜ ଯୁବତୀଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୩ ବର୍ଷ ବୟସ୍କା ଉକ୍ତ ବିବାହିତା ଯୁବତୀ ଗତ ସୋମବାରଦିନ ନିଜ ସ୍ବାମୀଙ୍କ ସହ ବିଶାଖାପାଟଣା ବୁଲିବାକୁ ଆସିଥିଲେ। ପ୍ରଥମେ ସିଂହାଚଳମ ମନ୍ଦିରରେ ଦର୍ଶନ କରିବା ପରେ ସେମାନେ ସମୁଦ୍ର […]
ନୌସେନାର ଖର୍ଚ୍ଚ ହେଲା ୧ କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial