ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

Former President Pranab Mukherjee-2020

ନୂଆଦିଲ୍ଲୀ: ମସ୍ତିଷ୍କରେ ଅସ୍ତ୍ରୋପଚାର ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଥିବା ନେଇ ଖବର ପ୍ରକାଶ ପାଇଥିବା ବେଳେ ଏବେ ସେ କୋମାକୁ ଚାଲିଯାଇଥିବା ସୂଚନା ମିଳିଛି । ଏ ନେଇ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍ ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇଛି।ତାଙ୍କୁ ଏବେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ବେଳେ ତାଙ୍କର ଶରୀରର ତାପମାତ୍ରା, ରକ୍ତଚାପ, ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ସ୍ଥିର ରହିଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ତେବେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଚର୍ଚ୍ଚା ହେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ-ଝିଅ ଟୁଇଟ୍ କରି ସେ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି। ସୂଚନା ମୁତାବକ, ନୂଆଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ସୋମବାର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ଭେଣ୍ଟିଲେଟର ସହାୟତାରେ ରହିଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସ୍ୱାସ୍ଥାବସ୍ଥାରେ ଆଦୌ ଉନ୍ନତି ପରିଲକ୍ଷିତ ହୋଇନାହିଁ ବୋଲି ଗତକାଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ବରଂ ବେଳୁ ବେଳ ତାହା ଅଧିକ ଖରାପ ହେଉଥିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା କୁହାଯାଇଥିଲା। ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅହରହ ନିରୀକ୍ଷଣରେ ରହିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟତମ ଉନ୍ନତି ହୋଇ ନ ଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ଶ୍ରୀ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ଏବଂ ଏ ସଂପର୍କରେ ନିଜେ ଶ୍ରୀ ମୁଖାର୍ଜୀ ଟୁଇଟ୍‌ କରି ସୂଚନା ଦେଇଥିଲେ।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି

Thu Aug 13 , 2020
ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ […]
ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial